ଭୁବନେଶ୍ବର: ଆପଣ ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ସୁନା ଦର । ଆଜି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୨୭,୦୪୦ ଟଙ୍କା ରହିଥିବା ବେଳେ ଗତକାଲି ୧,୨୮,୬୨୦ଟଙ୍କା ରହିଥିଲା । ଆଜି ୧,୫୮୦ଟଙ୍କା କମ୍ ହୋଇଛି ।
ସେହିପରି ଆଜି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୧,୧୬,୪୫୦ଟଙ୍କାକୁ ପହଞ୍ଚିଛି । ଗତକାଲି ୧,୧୭,୯୦୦ ରହିଥିଲା । ଆଜି ୧,୪୫୦ଟଙ୍କା କମ୍ ହୋଇଛି ।
ଏଥିସହ ଆଜି ୧୮ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୫,୨୮୦ଟଙ୍କା ରହିଥିବାବେଳେ ଗତକାଲି ୯୬,୪୭୦ଟଙ୍କା ରହିଥିଲା ।
ଅନ୍ୟପଟେ ରୂପା ମୂଲ୍ୟ ଆଜି କେଜି ପିଛି ଶହେ ଟଙ୍କା ବୃଦ୍ଧି ପାଇ ୧,୮୩,୧୦୦ଟଙ୍କା ହୋଇଛି ।
Comments are closed.