Latest Odisha News

BREAKING NEWS

ତୀବ୍ର ହେଉଛି ଭୀମଭୋଇ ହାଉସ୍ ସର୍ଜନ ଛାତ୍ରଙ୍କ ଆନ୍ଦୋଳନ: ମୁଣ୍ଡରେ ବ୍ୟାଣ୍ଡେଜ୍ ବାନ୍ଧି ପ୍ରତିବାଦ

ବଲାଙ୍ଗୀର: ବଲାଙ୍ଗୀରରେ ଡାକ୍ତରଙ୍କୁ ରାସ୍ତାରେ ଅଟକାଇ ରୋଗୀଙ୍କ ସମ୍ପର୍କୀୟ ମାଡ ମାରିବା ଘଟଣା I ତୀବ୍ର ହେଲା ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଛାତ୍ରଙ୍କ ଆନ୍ଦୋଳନ । ଶହେରୁ ଅଧିକ ହାଉସ ସର୍ଜନ ଓ ଡାକ୍ତରୀ ଛାତ୍ର ମୁଣ୍ଡରେ ବ୍ୟାଣ୍ଡେଜ୍ ବାନ୍ଧି ଓପିଡି ଆଗରେ ଆନ୍ଦୋଳନ କରିଛନ୍ତି। ଆନ୍ଦୋଳନ କରି ଆକ୍ରମଣକାରୀଙ୍କୁ ଗିରଫ ସହ NSA ଲାଗୁ ପାଇଁ ସମସ୍ତେ ଦାବି କରିଛନ୍ତି । ଅଭିଯୁକ୍ତ ଗିରଫ ନହେବା ପର୍ଯ୍ୟନ୍ତ ହାଉସ ସର୍ଜନ କାର୍ଯ୍ୟରେ ଯୋଗଦେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ।

ଆନ୍ଦୋଳନ ଯୋଗୁଁ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି। ମେଡିସିନ୍ ଓପିଡିକୁ ମଧ୍ୟ ଛାତ୍ରଛାତ୍ରୀ ବନ୍ଦ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଡାକ୍ତରୀ ଛାତ୍ରଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ନ୍ୟାୟ ପାଇବା ଦାବିରେ ଅଟଳ ରହିଛନ୍ତି ହାଉସ୍ ସର୍ଜନ ଓ ଡାକ୍ତରୀ ଛାତ୍ରଛାତ୍ରୀ । ଘଟଣାସ୍ଥଳରେ ଅତିରିକ୍ତ ଜିଲ୍ଲାପାଳ, ଅତିରିକ୍ତ ଏସପି, ଡିଏସପି ମଧ୍ୟ ଉପସ୍ଥିତ ଅଛନ୍ତି ।

ସୂଚନଯୋଗ୍ୟ ଯେ, ଚିକିତ୍ସାରେ ଅବହେଳା ଅଭିଯୋଗରେ ଗତକାଲି ଜଣେ ମହିଳା ରୋଗୀଙ୍କ ସମ୍ପର୍କୀୟ ହାଉସ ସର୍ଜନ ବିଶ୍ୱରଞ୍ଜନ ସାହୁଙ୍କୁ ରାସ୍ତା ମଝିରେ ଆକ୍ରମଣ କରିଥିଲେ । ଆକ୍ରମଣ ପରେ ବିଶ୍ୱଙ୍କୁ ଆଣି ମେଡିକାଲରେ ଭର୍ତି କରିଥିଲେ ତାଙ୍କର ସହଯୋଗୀ । ଏହା ପରେ ମେଡିକାଲରେ ତାଲା ଦେଇ ଧାରଣାରେ ବସିଥିଲେ ଛାତ୍ରଛାତ୍ରୀ । କିନ୍ତୁ ଘଟଣାର କୌଣସି ସମାଧାନ ନହେବାରୁ ବର୍ତ୍ତମାନ ତୀବ୍ର ହୋଇଛି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ।

Leave A Reply

Your email address will not be published.