Latest Odisha News

ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଥିବା ଆଥଲେଟଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜୁଲାଇ ୨୩ରୁ ଟୋକିଓ ଅଲିମ୍ପିକ୍ସ । ଜୁଲାଇ ୧୭ରେ ଭାରତୀୟ ଆଥଲେଟ୍ ଜାପାନ ଗସ୍ତରେ ଯିବେ । ତାପୂର୍ବରୁ ଆଜି ଅଲିମ୍ପିକ୍ସରେ ଭାଗ ନେଉଥିବା ଆଥଲେଟଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂରେ ସନ୍ଧ୍ୟା ୫ଟାରେ ସେମାନଙ୍କ ସହ କଥା ହେବେ । ଶୁଭେଚ୍ଛା ଜଣାଇବା ସହ ଆଥଲେଟଙ୍କୁ ଉତ୍ସାହିତ କରିବେ ପ୍ରଧାନମନ୍ତ୍ରୀ ।

ଆଜିର ବୈଠକରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର, ନୀତିଶ ପ୍ରମାଣିକ ଓ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ଉପସ୍ଥିତ ରହିବେ । ୧୮ଟି ବର୍ଗରେ ଭାରତର ୧୨୬ ଜଣ ଆଥଲେଟ୍ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବେ । ବର୍ତ୍ତମାନ ସୁଦ୍ଧା ସବୁଠୁ ବଡ଼ ଟିମ୍ ପଠାଉଛି ଭାରତ । କିଛି ଇଭେଣ୍ଟରେ କ୍ରୀଡ଼ାବିତ ପ୍ରଥମ ଥର ଅଲିମ୍ପିକ୍ସ ଟିକେଟ ହାତେଇଛନ୍ତି ।

ଅଲିମ୍ପିକ୍ସ ଇତିହାସରେ ଭାରତ ପ୍ରଥମ ଥର ଅସୀ ଚାଳନାରେ ଭାଗ ନେବ । ସି. ଏ. ଭବାନୀ ଦେବୀ ଏଥିପାଇଁ ଯୋଗ୍ୟତା ହାସଲ କରିଛନ୍ତି । ସେହିପରି ପ୍ରଥମ ଥର ମହିଳା ନୌ-ଚାଳନାରେ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି ନେଥ୍ରା କୁମାନାନ୍ । ସେହିପରି ସୁଇମିରେ ପ୍ରଥମ ଭାରତୀୟ ଭାବରେ ଅଲିମ୍ପିକ୍ସ ଟିକେଟ ହାତେଇଛନ୍ତି ସଜ୍ଜନ୍ ପ୍ରକାଶ ଓ ଶ୍ରୀହରି ନଟରାଜ୍ । ଏଥର ଭାରତ ଅଲିମ୍ପିକ୍ସରେ ଅଧିକ ପଦକ ଆଶା ରଖିଛି ।

Leave A Reply

Your email address will not be published.