ଟୋକିଓ: ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ଆଥଲେଟଙ୍କ ଦବଦବା ଜାରି ରହିଛି । ଜନ୍ମାଷ୍ଟମୀରେ ସୁଟିଂରୁ ଆସିଛି ଖୁସି ଖବର । ୧୦ ମିଟର ଏୟାର ରାଇଫଲରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ମହିଳା ସୁଟର ଅବନୀ ଲେଖରା ।
ମୋଟ୍ ୨୪୯.୬ ପଏଣ୍ଟ ହାସଲ କରିଛନ୍ତି । ଯାହାକି ପାରାଲିମ୍ପିକ୍ସରେ ଏକ ରେକର୍ଡ । ଏଥିସହ ଓ୍ୱାଲର୍ଡ ରେକର୍ଡ ସମକକ୍ଷ ବି ହୋଇଛନ୍ତି ଅବନୀ ଲେଖରା । ୧୯ ବର୍ଷୀୟ ଅବନୀ ଲେଖରା ୧୦ ମିଟର ଏୟାର ରାଇଫଲର କ୍ଲାସ ଏସଏଚ୍1ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।
ପ୍ରଥମ ଥର ପାରାଲିମ୍ପିକ୍ସରେ ଅଂଶଗ୍ରହଣ କରି କମାଲା କରିଛନ୍ତି ଅବନୀ ଲେଖରା । ସ୍ୱର୍ଣ୍ଣିମ ଇତିହାସ ରଚିଛନ୍ତି । ପାରାଲିମ୍ପିକ୍ସ ଇତିହାସରେ ସୁଟିଂରେ ଏହା ଭାରତର ପ୍ରଥମ ସ୍ୱର୍ଣ୍ଣ ପଦକ । ତାଙ୍କର ଏହି ସଫଳତାରେ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ଟ୍ୱିଟ୍ କରି ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
Phenomenal performance @AvaniLekhara! Congratulations on winning a hard-earned and well-deserved Gold, made possible due to your industrious nature and passion towards shooting. This is truly a special moment for Indian sports. Best wishes for your future endeavours.
— Narendra Modi (@narendramodi) August 30, 2021
Comments are closed.