ଟୋକିଓ: ପାରାଲିମ୍ପିକ୍ସରେ ଇତିହାସ ରଚିଲେ ଭାରତୀୟ ଟେବୁଲ୍ ଟେନିସ୍ ଖେଳାଳି ଭାବିନାବେନ୍ ପଟେଲ୍ । ରୌପ୍ୟ ପଦକ ଜିତିଛନ୍ତି । ଟୋକିଓ ଅଲିମ୍ପିକ୍ସରେ ସେ ଭାରତକୁ ଭେଟି ଦେଇଛନ୍ତି ପ୍ରଥମ ମେଡାଲ୍ । ସେହିପରି ଟେବୁଲ ଟେନିସରେ ଅଲିମ୍ପିକ୍ସ ମେଡାଲ ଜିତିବାରେ ପ୍ରଥମ ଭାରତୀୟ କ୍ରୀଡ଼ାବିତ ହୋଇଛନ୍ତି ଭାବିନାବେନ୍ ପଟେଲ୍।
ସ୍ୱର୍ଣ୍ଣ ପାଇଁ ଓ୍ୱାଲର୍ଡ ନମ୍ବର ୱାନ୍ ଖେଳାଳି ଚୀନ୍ ପ୍ରତିନ୍ଦନ୍ଦୀ ଝୁ ୟିଙ୍ଗ ସହ ମୁହାଁମୁହିଁ ହୋଇଥିଲେ ଭବୀନାବେନ୍ ପଟେଲ । କଡ଼ା ମୁକାବିଲା ହୋଇଥିଲା । ତେବେ ୭-୧୧, ୫-୧୧ ଓ ୬-୧୧ସେ ମ୍ୟାଚ ଜିତି ନେଇଥିଲେ ଚୀନ ଖେଳାଳି । ଗ୍ରୁପ ଷ୍ଟେଜରେ ଝି ୟିଙ୍ଗ ମଧ୍ୟ ଭବୀନାଙ୍କୁ ପରାସ୍ତ କରିଥିଲେ । ତାପରବର୍ତ୍ତୀ ମ୍ୟାଚଗୁଡ଼ିକରେ ଜବରଦସ୍ତ କମବ୍ୟାକ୍ କରିଥିଲେ ଭବୀନାବେନ୍ ପଟେଲ ।
A #Silver medal #IND will remember ❤️
Bhavina Patel’s incredible #Paralympics campaign ends with a podium finish as she loses out to #CHN‘s Zhou Ying 11-7, 11-5, 11-6 in her Class 4 #ParaTableTennis final! ?
Thank you for the moments ? pic.twitter.com/j8GcnHDtDL
— #Tokyo2020 for India (@Tokyo2020hi) August 29, 2021
ଜାତୀୟ କ୍ରୀଡ଼ା ଦିବସରେ ଦେଶବାସୀଙ୍କୁ ଅଲିମ୍ପିକ୍ସ ମେଡାଲ୍ ଭେଟି ଦେଇଛନ୍ତି ଭବୀନାବେନ୍ ପଟେଲ । କ୍ୱାର୍ଟରରେ ଡିଫେଣ୍ଡିଂ ଚାମ୍ପିଅନ ତଥା ସର୍ବିଆ ଖେଳାଳି ବୋରିସଲାଭା ପେରିକ୍ ରଙ୍ଗୋଭିକଙ୍କୁ ସେ ପରାସ୍ତ କରି ସେମିଫାଇନରେ ସ୍ଥାନ ପକ୍କା କରିଥିଲେ । ସଫଳତା ପରେ ସାରା ଦେଶ ତାଙ୍କୁ ଶୁଭେଚ୍ଛା ଜଣାଉଛି ।
୩୪ ବର୍ଷୀୟ ଭବୀନାବେନ୍ ପଟେଲ ପୋଲିଓରେ ଆକ୍ରାନ୍ତ । ୧୨ ବର୍ଷ ବୟସରୁ ସେ ପୋଲିଓ ଆକ୍ରାନ୍ତ ହୋଇଥିଲେ । ଦୃଢ ଇଚ୍ଛାଶକ୍ତି ବଳରେ ସଫଳତା ସାଉଟିଛନ୍ତି ଭବୀନାବେନ୍ ପଟେଲ ।
Comments are closed.