Latest Odisha News

BREAKING NEWS

ଟୋକିଓ ପାରାଲିମ୍ପିକ୍ସ ଟେବୁଲ୍ ଟେନିସରେ ରୌପ୍ୟ ଜିତିଲେ ଭାବିନାବେନ୍ ପଟେଲ୍

ଟୋକିଓ: ପାରାଲିମ୍ପିକ୍ସରେ ଇତିହାସ ରଚିଲେ ଭାରତୀୟ ଟେବୁଲ୍ ଟେନିସ୍ ଖେଳାଳି ଭାବିନାବେନ୍ ପଟେଲ୍ । ରୌପ୍ୟ ପଦକ ଜିତିଛନ୍ତି । ଟୋକିଓ ଅଲିମ୍ପିକ୍ସରେ ସେ ଭାରତକୁ ଭେଟି ଦେଇଛନ୍ତି ପ୍ରଥମ ମେଡାଲ୍ । ସେହିପରି ଟେବୁଲ ଟେନିସରେ ଅଲିମ୍ପିକ୍ସ ମେଡାଲ ଜିତିବାରେ ପ୍ରଥମ ଭାରତୀୟ କ୍ରୀଡ଼ାବିତ ହୋଇଛନ୍ତି ଭାବିନାବେନ୍ ପଟେଲ୍।

ସ୍ୱର୍ଣ୍ଣ ପାଇଁ ଓ୍ୱାଲର୍ଡ ନମ୍ବର ୱାନ୍ ଖେଳାଳି ଚୀନ୍ ପ୍ରତିନ୍ଦନ୍ଦୀ ଝୁ ୟିଙ୍ଗ ସହ ମୁହାଁମୁହିଁ ହୋଇଥିଲେ ଭବୀନାବେନ୍ ପଟେଲ । କଡ଼ା ମୁକାବିଲା ହୋଇଥିଲା । ତେବେ ୭-୧୧, ୫-୧୧ ଓ ୬-୧୧ସେ ମ୍ୟାଚ ଜିତି ନେଇଥିଲେ ଚୀନ ଖେଳାଳି । ଗ୍ରୁପ ଷ୍ଟେଜରେ ଝି ୟିଙ୍ଗ ମଧ୍ୟ ଭବୀନାଙ୍କୁ ପରାସ୍ତ କରିଥିଲେ । ତାପରବର୍ତ୍ତୀ ମ୍ୟାଚଗୁଡ଼ିକରେ ଜବରଦସ୍ତ କମବ୍ୟାକ୍ କରିଥିଲେ ଭବୀନାବେନ୍ ପଟେଲ ।

ଜାତୀୟ କ୍ରୀଡ଼ା ଦିବସରେ ଦେଶବାସୀଙ୍କୁ ଅଲିମ୍ପିକ୍ସ ମେଡାଲ୍ ଭେଟି ଦେଇଛନ୍ତି ଭବୀନାବେନ୍ ପଟେଲ । କ୍ୱାର୍ଟରରେ ଡିଫେଣ୍ଡିଂ ଚାମ୍ପିଅନ ତଥା ସର୍ବିଆ ଖେଳାଳି ବୋରିସଲାଭା ପେରିକ୍ ରଙ୍ଗୋଭିକଙ୍କୁ ସେ ପରାସ୍ତ କରି ସେମିଫାଇନରେ ସ୍ଥାନ ପକ୍କା କରିଥିଲେ  । ସଫଳତା ପରେ ସାରା ଦେଶ ତାଙ୍କୁ ଶୁଭେଚ୍ଛା ଜଣାଉଛି ।

୩୪ ବର୍ଷୀୟ ଭବୀନାବେନ୍ ପଟେଲ ପୋଲିଓରେ ଆକ୍ରାନ୍ତ । ୧୨ ବର୍ଷ ବୟସରୁ ସେ ପୋଲିଓ ଆକ୍ରାନ୍ତ ହୋଇଥିଲେ । ଦୃଢ ଇଚ୍ଛାଶକ୍ତି ବଳରେ ସଫଳତା ସାଉଟିଛନ୍ତି ଭବୀନାବେନ୍ ପଟେଲ ।

Leave A Reply

Your email address will not be published.