Latest Odisha News

BREAKING NEWS

TOLO ନ୍ୟୁଜ୍ ରିପୋର୍ଟରଙ୍କୁ ନିସ୍ତୁକ ପିଟିଲେ ତାଲିବାନୀ

କାବୁଲ: ଆଫଗାନିସ୍ତାନ କବଜା ପରେ ତାଲିବନର ବର୍ବରତା ବଢ଼ିଲାଣି । ଟୋଲୋ ନ୍ୟୁଜର ଜଣେ ସାମ୍ବିଦିକଙ୍କୁ ତାଲିବାନୀ ମାଡ଼ ମାରିଛନ୍ତି । ତାଙ୍କ ନାଁ ଜାୟର ଖାନ୍ ୟାଦ୍ । ତେବେ ତାଙ୍କୁ ତାଲିବାନ ହତ୍ୟା କରିଥିବା କିଛି ସମୟ ପୂର୍ବରୁ ଖବର ଆସିଥିଲା । ଯାହାକୁ ନିଜେ ଜାୟର ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ନିଉ ସିଟିରେ ରିପୋର୍ଟିଂ ବେଳେ ତାଲିବାନୀମାନେ ତାଙ୍କୁ ପିଟିଥିଲେ । ଏହାକୁ କିଛି ଲୋକ ତାଙ୍କୁ ହତ୍ୟା କରାଯାଇଥିବା ପ୍ରଚାର କରିଥିଲେ ।

ଏପରିକି ତାଙ୍କ କ୍ୟାମେରା, ଅନ୍ୟ ସାମଗ୍ରୀ ଓ ମୋବାଇଲ୍ ଫୋନ୍ ନେଇଯାଇଛନ୍ତି । ତାଙ୍କ କ୍ୟାମେରାମ୍ୟାନଙ୍କୁ ବି ନିସ୍ତୁକ ପିଟିଛନ୍ତି ତାଲିବାନୀ । ଆଫଗାନିସ୍ତାନର ଆଗଧାଡ଼ିର ନ୍ୟୁଜ ଚ୍ୟାନେଲ ଟୋଲୋ ନ୍ୟୁଜ୍ । ଜାୟର ଦାରିଦ୍ର୍ୟ ଓ ବେକାରୀ ସମସ୍ୟାକୁ ନେଇ ରିପୋର୍ଟିଂ କରୁଥିଲେ ।

ଦୁଇ ଦଶନ୍ଧି ପରେ ଆଫଗାନିସ୍ତାନ କ୍ଷମତାକୁ ଫେରିଛି ତାଲିବାନ । ଗତ ୧୫ ତାରିଖରେ କାବୁଲ କବଜା ପରେ ସେମାନଙ୍କର ଦବଦବା ଦେଶବ୍ୟାପୀ ବଢ଼ିଛି । ଲୋକ ଭୟ ଓ ଆତଙ୍କିତ ହୋଇ ଦେଶ ଛାଡୁଛନ୍ତି । ଏସବୁର ଟିକିନିଖି ଖବର ଦେଇ ଆସୁଛି ଟୋଲୋ ନ୍ୟୁଜ୍ । ଆକ୍ରୋଶ ରଖି ସାମ୍ବାଦିକ ଜାୟର ୟାଦଙ୍କୁ ତାଲିବାନୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଜୁଲାଇରେ ଭାରତୀୟ ଫଟୋ ଜର୍ଣ୍ଣାଲିଷ୍ଟ ଦାନିକ ସିଦ୍ଦିକଙ୍କୁ ହତ୍ୟା କରିଥିଲେ ତାଲିବାନୀ
ଗତ ଜୁଲାଇ ମାସରେ ଜଣେ ଭାରତୀୟ ଫଟୋ ଜର୍ଣ୍ଣାଲିଷ୍ଟ ଦାନିଶ ସିଦ୍ଦିକଙ୍କୁ ବି ନିର୍ମମ ଭାବରେ ହତ୍ୟା କରିଥିଲା ତାଲିବାନୀ । କାନ୍ଦାହାରରେ ତାଙ୍କୁ ହତ୍ୟା କରାଯାଇଥିଲା । ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର ପରେ ସେଠାକାର ସ୍ଥିତି କେମିତି ଅଛି ସେସମ୍ପର୍କିତ ରିପୋର୍ଟିଂ କରିବା ବେଳେ ତାଙ୍କୁ ହତ୍ୟା କରିଥିଲେ ବର୍ବର ତାଲିବାନୀ ।

Leave A Reply

Your email address will not be published.