Latest Odisha News

BREAKING NEWS

ତୃତୀୟ ଲହର ମୁକାବିଲା: ଟେଷ୍ଟ କିଟ୍, ଔଷଧ ମହଜୁଦ ରଖିବାକୁ ଜିଲ୍ଲାପାଳଙ୍କୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର: କରୋନାର ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର କରିଛନ୍ତି ରାଜ୍ୟ ସରକାର । ସଜାଗ ରହିବାକୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ ମହାପାତ୍ର । ଏମର୍ଜେନ୍ସୀ କୋଭିଡ୍ ରେସପନ୍ସ ପ୍ଲାନ ପ୍ରସ୍ତୁତ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।

ପ୍ରତ୍ୟେକ ଜିଲ୍ଲା ହସ୍ପିଟାଲରେ RTPCR ଟେଷ୍ଟ କିଟ୍, ଆଣ୍ଟିଜେନ୍ ଟେଷ୍ଟ କିଟ୍, RTPCR ଲାବ୍ ସହ 8 ପ୍ରକାର ଜରୁରୀ ଔଷଧ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷ କରି ଶିଶୁଙ୍କ ଚିକିତ୍ସା ବ୍ୟବସ୍ଥା ଉପରେ ଫୋକସ କରିବାକୁ କୁହାଯାଇଛି ।

ଶିଶୁ ବିଭାଗରେ ଅକ୍ସିଜେନ ୨୦ରୁ ୩୦ ଟି ବେଡ୍, ୧୨ ବେଡ୍ ବିଶିଷ୍ଟ ଆଇସିୟୁ ପ୍ରସ୍ତୁତ ରଖିବା ପାଇଁ ଦିଆଯାଇଛି ନିର୍ଦେଶ । ଜିଲ୍ଲା ସଦର ମହକୁମା ଡାକ୍ତରଖାନା, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସହ ସମସ୍ତ ହସ୍ପିଟାଲ ତୃତୀୟ ଲହର ପାଇଁ ପ୍ରସ୍ତୁତ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଡିସେମ୍ବର ଶେଷ ସୁଦ୍ଧା ସମସ୍ତ ବ୍ୟବସ୍ଥା ସାରିବାକୁ କୁହାଯାଇଛି ।

Leave A Reply

Your email address will not be published.