Latest Odisha News

BREAKING NEWS

ହୁ ହୁ ହୋଇ ଜଳିଗଲା ବାଇକ୍

ବାରିପଦା: ବାଇକରେ ହଠାତ୍ ଲାଗିଲା ନିଆଁ । ହୁ ହୁ ହୋଇ ଜଳିଗଲା । କେହି କିଛି ବୁଝି ପାରିଲେ ନାହିଁ । ଚାହୁଁ ଚାହୁଁ ସମ୍ପୂର୍ଣ୍ଣ ଜଳିଗଲା ପଲସର ବାଇକ୍ । ବାରିପଦା ମଧୁବନ ମିନି ଷ୍ଟାଡିୟମ ଆଗରେ ଆଜି ସକାଳେ ଏହି ଘଟଣା ଦେଖିବାକୁ ମିଳିଥିଲା । ତେବେ କିଛି ଲୋକଙ୍କ ସାହସିକତା ପାଇଁ ପାଖରେ ଥିବା ଅନେକ ଦୋକାନ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି ।

ଆଜି ସକାଳ ପାଖାପାଖି ସାଢ଼େ ୬ଟା ବେଳେ ବାରିପଦା ମଧୁବନ ମିନି ଷ୍ଟାଡିୟମ ଆଗରେ ଏକ କଳା ପଲସରରେ ନିଆଁ ଲାଗି ଯାଇଥିଲା । ଫୁଟପାଥକୁ ଲାଗି ଥିବା ଦୋକାନ ପାଖରେ ବାଇକଟି ଠିଆ ହୋଇଥିଲା । ନିଆଁ ଦୋକାନକୁ ବ୍ୟାପିବା ଦେଖି ସେଠାରେ ଥିବା ଲୋକ ଆୟତ୍ତ କରିଥିଲେ । ତେବେ ବାଇକଟି ଜଳି ଛାରଖାର ହୋଇଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ଜଣା ପଡିନି ।

Leave A Reply

Your email address will not be published.