Latest Odisha News

BREAKING NEWS

[ଭିଡିଓ] ବଡ ପରଦାକୁ ଆସୁଛନ୍ତି ଟମ୍ ଆଣ୍ଡ ଜେରି !

ମୁମ୍ବାଇ: ଟମ୍ ଆଣ୍ଡ ଜେରି କଥା କାନରେ ପଡିଲେ, ମନେ ପଡିଯାଏ ପିଲାଦିନ କଥା । ଆଜି ବି ଏହି ଦୁଇଟି ଆଇକନିକ୍ କାର୍ଟୁନ୍ କ୍ୟାରେକ୍ଟରଙ୍କୁ ସୋସିଆଲ୍ ମିଡିଆରେ ଦେଖାଯାଇପାରେ । ବେଶ କିଛି ବର୍ଷ ଧରି ଏହି କାର୍ଟୁନ କ୍ୟାରେକ୍ଟରଙ୍କୁ ନେଇ କୌଣସି ନୂଆ ଭିଡିଓ ସାମ୍ନାକୁ ଆସିନଥିଲା । ହେଲେ ଆସନ୍ତା ଦିନରେ ଖୁବଶୀଘ୍ର ଟମ୍ ଆଣ୍ଡ ଜେରିକୁ ନେଇ ଏକ ଫିଲ୍ମ ରିଲିଜ୍ ହେବାକୁ ଯାଉଛି ।

ନିକଟରେ ଲାଇଭ୍ ଆକ୍ସନ କମେଡି ଫିଲ୍ମ ଟମ୍ ଆଣ୍ଡ ଜେରିର ଟ୍ରେଲର୍ ରିଲିଜ ହୋଇଛି । ନିର୍ଦ୍ଦେଶନା ଭାର ଟିମ୍ ଷ୍ଟୋରୀ ସମ୍ଭାଳିଥିବାବେଳେ ଏକ ହୋଟେଲ ଉପରେ ଫିଲ୍ମର କାହାଣୀ ଆଧାରିତ । ଏହି ଆଂଶିକ କାର୍ଟୁନ ଫିଲ୍ମରେ ଦୁଇ କାର୍ଟୁନ୍ କିର୍ଦାରକୁ ଛାଡିଦେଲେ କ୍ଲୋ ଗ୍ରେସ୍‌, ମିସେଲ୍ ପେନା ଓ କଲିନ୍ ଜୋଷ୍ଟଙ୍କ ଭଳି ହଲିଉଡ କଳାକାରଙ୍କୁ ମଧ୍ୟ ଦେଖିବାକୁ ମିଳିବ ।

ପ୍ରଥମ ଥର ପାଇଁ ଟମ୍ ଆଣ୍ଡ ଜେରି କାର୍ଟନ୍ କ୍ୟାରେକ୍ଟର ବଡ ପରଦାକୁ ଆସୁଥିବାବେଳେ ୨୦୨୧, ମାର୍ଚ୍ଚ ୫ରେ ଫିଲ୍ମଟି ରିଲିଜ୍ ହେବ । ଭାରତୀୟ ଦର୍ଶକ ଉଭୟ ହିନ୍ଦୀ ଓ ଇଂଗ୍ଲିସ୍ ଭର୍ସନରେ ଫିଲ୍ମର ମଜା ଉଠାଇପାରିବେ ।

Leave A Reply

Your email address will not be published.