ମହାଲକ୍ଷ୍ମୀଙ୍କର ସ୍ଵତନ୍ତ୍ର ରୋଷଶାଳା କାହିଁକି ?

ଶ୍ରୀଜୀଉଙ୍କ ମହାପ୍ରସାଦ ସମ୍ପର୍କରେ ସ୍ଵତନ୍ତ୍ର ଉପସ୍ଥାପନା
ମା’ ମହାଲକ୍ଷ୍ମୀ ଜଣେ କୂଳୀନ କୂଳବଧୂର ଭୂମିକା ଓ କର୍ତ୍ତବ୍ୟ ସାରା ସଂସାରକୁ ଦେଖାଇଦିଅନ୍ତି । କୈ।ଣସି ଘରେ ଜଣେ ଗୃହିଣୀ ନିଜ ପତି ଏବଂ ଅନ୍ୟ ପରିବାର ସଦସ୍ୟଙ୍କର ଖାଦ୍ୟପେୟ କଥା ନଵୁଝି, ନିଜ ପାଇଁ କୈ।ଣସି ଖାଦ୍ୟର ବ୍ୟବସ୍ଥା କରେ ନାହିଁ । ତା ଛଡା ନାରୀ ସାଧାରଣତଃ ସ୍ଵାଧୀନତା ପ୍ରିୟ । ତାଙ୍କ ପ୍ରିୟ କାର‌୍ୟ୍ୟାଳୟ ବା ରୋଷେଇ ଘରେ ତାଙ୍କର ଏକଚାଟିଆ ଅଧିକାର । ସାରା ପରିବାର ପାଇଁ ବହୁ ପ୍ରକାର ସ୍ଵାଦିଷ୍ଟ ଵ୍ୟଞ୍ଜନ କରିଥିବା ସତ୍ତ୍ଵେ ମଧ୍ୟ ନିଜ ପାଇଁ କିଛି ସ୍ବତନ୍ତ୍ର ବ୍ୟବସ୍ଥା କରିଥାନ୍ତି । ନାରୀ ସ୍ୱତନ୍ତ୍ରତା ଓ ସ୍ଵାଧୀନତାର ପରିଚାୟକ । ଅନ୍ୟମାନଙ୍କ ପାଇଁ ସ୍ଵାଦିଷ୍ଟ ଓ ମୂଲ୍ୟବାନ ଖାଦ୍ୟ ତିଆରି କରିବା ତାଙ୍କ ମହନୀୟତାର ପରିଚୟ । କିନ୍ତୁ, ଏହି ଛୋଟ ଛୋଟ ସ୍ଵାଧୀନତା ଉପରେ ହସ୍ତକ୍ଷେପ ସେମାନେ ପସନ୍ଦ କରନ୍ତି ନାହିଁ । ତା ଛଡା ସାଧାରଣତଃ ଗୃହିଣୀମାନେ ଦିନସାରା ପୁରା ପରିବାରକୁ ବାରମ୍ବାର ବିଭିନ୍ନ ପ୍ରକାର ଖାଦ୍ୟ ଖୁଆନ୍ତି କିନ୍ତୁ, ନିଜେ ସ୍ୱଳ୍ପ ଖାଦ୍ୟ ଗ୍ରହଣ କରନ୍ତି । ଏକଥା ଆମେ ଘରେ ଘରେ ପ୍ରାୟ ପ୍ରତିଦିନ ଦେଖୁଛେ ଅନୁଭଵ କରୁଛେ । ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସାରାଦିନର ମୁଖ୍ୟ ଖାଦ୍ୟ ବା ଦ୍ଵିପହର ଧୂପ ଉଠିବା ପରେ ମା’ ମହାଲକ୍ଷ୍ମୀଙ୍କର ରୋଷଶାଳାରେ ପାକ ହୋଇଥିବା ନୈବେଦ୍ୟ ଭୋଗ ଲାଗେ । ଅନ୍ୟକୁ ଖୁଆଇବା ଏବଂ ସମସ୍ତେ ଖାଇସାରି ସନ୍ତୁଷ୍ଟ ହେବା ପରେ ଗୃହିଣୀମାନେ ଖାଦ୍ୟ ଖାଇବା ସେମାନଙ୍କ ନିଃସ୍ଵାର୍ଥ ଗୁଣର ପରିଚୟ । ଏହା ମା’ଙ୍କର ସାରା ଦିନରେ ଗୋଟିଏ ମାତ୍ର ଭୋଗ । ସେଥିରେ କୈ।ଣସି ଅନ୍ନ ବା ବ୍ୟଞ୍ଜନ ନଥାଏ । କେବଳ ପିଠା ଓ ମିଠା ଜାତୀୟ ଖାଦ୍ୟ । କୌଣସି ଖାଦ୍ୟରେ ମା’ଙ୍କର ଲୁଣ ପଡ଼ିନଥାଏ । ସାରା ସ଼ପ୍ସସାରକୁ ଖାଦ୍ୟ ଯୋଗାଇଵା ଦାୟିତ୍ଵରେ ଥିବା ମା’ ମହାଲକ୍ଷ୍ମୀ ମହାପ୍ରଭୁଙ୍କ ଭୋଜନ ପୂର୍ବରୁ ଖାଆନ୍ତେ ବା କିପରି ?

ମା’ ମହାଲକ୍ଷ୍ମୀଙ୍କର ଆଉ ଗୋଟେ ଵିଶେଷ ଗୁଣ ମହାପ୍ରଭୁଙ୍କ ପାଇଁ ବନେଇଥିଵା କୈ।ଣସି ଭୋଗରୁ ସେ ଭାଗ ନିଅନ୍ତି ନାହିଁ । କିନ୍ତୁ, ନିଜପାଇଁ ତିଆରି ଥିବା ଭୋଗ ସେ ତିନି ଭାଗରେ ବିଭକ୍ତ କରିଦିଅନ୍ତି । ଆମେ ଘରେ ବି ଦେଖିଛେ ଗୃହିଣୀ ମାନେ ବା ମା’ ମାନେ ନିଜ ପାଇଁ ଯଦି କିଛି ଛୋଟ ମୋଟ ଦ୍ରବ୍ୟ ତିଆରିଥାନ୍ତି ତାକୁ ବୁଲିବୁଲି ଘରର ସବୁ ସଦସ୍ୟଙ୍କୁ କିଛି କିଛି ଚଖାନ୍ତି । ଏହା ମାତୃତ୍ଵର ଅବାରିତ ଫଲଗୁର ଏକ ପ୍ରଵାହ । ଠିକ୍ ସେହିପରି ମା’ ମହାଲକ୍ଷ୍ମୀଙ୍କ ପାଇଁ ତିଆରି ହୋଇଥିବା ନୈଵେଦ୍ୟର ପ୍ରଥମ ଭାଗ ସେ ଶ୍ରୀମନ୍ଦିରରେ ମୁକ୍ତିମଣ୍ଡପ ନିକଟରେ ଥିବା ଯଜ୍ଞ ନୃସିଂହଙ୍କୁ ଭୋଗ ଲଗାଇବା ପାଇଁ ପ୍ରଦାନ କରନ୍ତି ।

ନାରୀ ନିଜ ପ୍ରିୟତମର ସେହି ରୂପକୁ ଭଲପାଏ ଯୋଉଠି ନିଜ ଉପସ୍ଥିତିର ସ୍ଵତନ୍ତ୍ର ମର୍ଯ୍ୟଦା ଥାଏ । ମହାପ୍ରଭୁଙ୍କ ଦଶ ଗୋଟି ମୁଖ୍ୟ ଅବତାର ମଧ୍ୟରୁ ମତ୍ସ୍ୟ, କଚ୍ଛପ, ବରାହ, ବାମନ, ପର୍ଶୁରାମ, କଳ୍କୀ ଏହି ୬ଗୋଟି ଅବତାରରେ ଲକ୍ଷ୍ମୀଙ୍କ ଉପସ୍ଥିତି ନାହିଁ ବା ଯଦି ଅଛି ଖୁବ୍ ଗୈ।ଣ । ରାମ ଅବତାରରେ ସୀତା ରୂପରେ ପରିବର୍ତ୍ତିତ । ବଳରାମ ଅବତାରରେ ରେଣୁକା ତାଙ୍କ ସହଧର୍ମିଣୀ । ଜଗନ୍ନାଥ ଶ୍ରୀକୃଷ୍ଣଙ୍କ ପରିବର୍ତ୍ତିତ ରୂପ । କୃଷ୍ଣାବତାରରେ ବହୁ ନାରୀଙ୍କ ଉପସ୍ଥିତି । କିନ୍ତୁ, କେବଳ ନୃସିଂହ ଅବତାର ଏକମାତ୍ର ଅବତାର ଯେଉଁଠି ଭଗବାନ ସ୍ଵୟଂ ବୈକୁଣ୍ଠରୁ ଓହ୍ଲେଇ ଆସିଥିଲେ ଭକ୍ତ ପ୍ରହ୍ଲାଦକୁ ରକ୍ଷା କରିବା ପାଇଁ ଏବଂ ହିରଣ୍ୟକଶିପୁକୁ ବଧ କରିଵା ପରେ ଲକ୍ଷ୍ମୀନୃସିଂହ ରୂପରେ ପୂଜା ପାଇଥିଲେ । ତେଣୁ, ହୁଏତ ମହାଲକ୍ଷ୍ମୀ ନିଜପାଇଁ ତିଆରି କରିଥିବା ନୈବେଦ୍ୟର ପ୍ରଥମ ଭାଗ ନୃସିଂହ ଦେବଙ୍କୁ ଦେଇଥାନ୍ତି ।

ସାରା ଜଗତର ମାଲିକାଣି ଯିଏ, ସେ ନିଜେ ଖାଇବା ପୂର୍ଵରୁ ନିଜ ଏକାନ୍ତ ଅନୁଗତ ସେବକମାନଙ୍କୁ ଭୁଲିବେ କିପରି ? ସାରା ଦୁନିଆଁ ଜାଣେ ମହାଲକ୍ଷ୍ମୀ ସମସ୍ତ ବୈଭବର ଅଧିକାରୀଣି । ତାଙ୍କ ସମ୍ପତ୍ତିର ହିସାବ କିତାଵ ବି ରଖାଯାଏ । ଉତ୍କଳୀୟ ପରମ୍ପରା ଅନୁସାରେ ଆମ ସମାଜର ଜାତି ଭେଦ ଅନୁଯାୟୀ ହିସାବ ରକ୍ଷକ ହେଲେ କରଣମାନେ । ଶ୍ରୀମନ୍ଦିରରେ ମଧ୍ୟ ଏ ପରମ୍ପରା ବିଦ୍ୟମାନ । ଶ୍ରୀମନ୍ଦିରରେ ଜଗନ୍ନାଥ ମହାପ୍ରଭୁଙ୍କ ଗରୁଡ ସ୍ତମ୍ଭ ଆଗକୁ ଯାଇ ଭିତରକାଠ ଡେଇଁ ରତ୍ନ ସିଂହାସନ ଆଡ଼କୁ ସିଧା ଗଲେ ଭିତର ଗମ୍ଭିରାରେ ଡାହାଣପଟେ କିଛି ପାହାଚ ଅଛି ଉପରକୁ ଯିବା ପାଇଁ । ସେଠି ଗୋଟିଏ କକ୍ଷ ଅଛି ଯାହାକୁ ଭଣ୍ଡାର ଘର କୁହାଯାଏ । ଯେଉଁଠି ମହାପ୍ରଭୁଙ୍କ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ସବୁ ରହେ । ତାର ଦୁଇଟି ଅର୍ଥ ଥାଏ । କାରଣ ୧ – ଜଣେ ଉତ୍ତମ ଗୃହିଣୀଭାବେ ପରିଚାରକ ପରିଚାରିକାମାନଙ୍କ ଉପରେ ସବୁ କାର‌୍ୟ୍ୟ ଛାଡ଼ିନଦେଇ ମା’ ନିଜେ ମହାପ୍ରଭୁଙ୍କ ଦୈନନ୍ଦିନ ଆଵଶ୍ୟକ ଦ୍ରଵ୍ୟ ସବୁ ଧରିକି ଭଣ୍ଡାର ଘରେ ଉପସ୍ଥିତଥାନ୍ତି । କାରଣ ୨ – ସେ ଭଣ୍ଡାରଘରର ଅନ୍ୟନାମ ଷୋହଳ କରଣ ନିଯୋଗ । ଜଗନ୍ନାଥଙ୍କର ଏବଂ ମା’ ଙ୍କର ସେଵାପୂଜାରେ ନିଯୁକ୍ତ ଷୋହଳ କରଣ ସମ୍ପ୍ରଦାୟକଙ୍କର ତାହା କାର‌୍ୟ୍ୟାଳୟ । ଯେହେତୁ ସେଠି ମା’ଙ୍କ ଅନୁଗତ କରଣମାନେ କାର୍ଯ୍ୟ କରନ୍ତି ଏବଂ ମା’ଙ୍କ ପ୍ରତିମୂର୍ତ୍ତି ମଧ୍ୟ ପୂଜା ପାଆନ୍ତି ତେଣୁ ମହାଲକ୍ଷ୍ମୀଙ୍କ ରୋଷଶାଳାରେ ନିର୍ମିତ ଭୋଗର ଦ୍ଵିତୀୟ ଭାଗ ସେଠିକି ଆସେ । ମା’ ଙ୍କ ରୋଷଶାଳାରେ ନିର୍ମିତ ଭୋଗର ତୃତୀୟ ଭାଗ ମା’ ମହାଲକ୍ଷ୍ମୀଙ୍କ ନିକଟରେ ଭୋଗ ଲାଗେ ଜଗନ୍ନାଥଙ୍କ ଦ୍ବିପ୍ରହର ଭୋଗ ପରେ ପରେ ।

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପାଇଁ ମହାପ୍ରସାଦରେ ଭୋଗ ହେଉଥିବା କିଛି ପିଠା ମଧ୍ୟ ମହାଲକ୍ଷ୍ମୀଙ୍କ ପାକଶାଳାରେ ନିର୍ମିତ ହୁଏ । ଏକ ବଡତାଡ଼ ସମ୍ପୂର୍ଣ୍ଣ ଭଲଘିଅ ଓ ଅଟାରେ ପ୍ରସ୍ତୁତ କାକେରା । ଖାସ୍ତା ଲଡୁ, ମଗଜ ଲଡୁ, ମାଣ୍ଡୁଅ ଭୋଗ ଏବଂ ଯାହା ପ୍ରାୟ କେବଳ ଖୁଆରେ ନିର୍ମିତ ଇତ୍ୟାଦି ମହାଲକ୍ଷ୍ମୀଙ୍କ ରୋଷଶାଳର ସ୍ଵତନ୍ତ୍ର ଏବଂ ସ୍ଵାଦିଷ୍ଟ ଦ୍ରଵ୍ୟ । ଜଗନ୍ନାଥଙ୍କ ମହାପ୍ରସାଦ ବହୁ ସଂଖ୍ୟାରେ ଏବଂ ବହୁ ପରିମାଣରେ ତିଆରି ହୁଏ । କିନ୍ତୁ, ମହାଲକ୍ଷ୍ମୀଙ୍କ ପ୍ରସାଦ ଖୁବ୍ ସ୍ଵଳ୍ପ ଏଵଂ କମ୍ ପ୍ରକାରର ହୋଇଥାଏ ।