Latest Odisha News

BREAKING NEWS

୫-ଟି ଅଧ୍ୟକ୍ଷଙ୍କ ଉପରକୁ ଟମାଟୋ ମାଡ; ଟମାଟୋ, ଅଣ୍ଡା, ଚପଲ, କାଳିମାଡ, ଗୁଳିମାଡ କଲେ ବି କିଛି ଫରକ ପଡେନି: ପାଣ୍ଡିଆନ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଠାରେ ଆୟୋଜିତ ‘ଆମ ଓଡ଼ିଶା ନବୀନ ଓଡିଶା’ କାର୍ଯ୍ୟକ୍ରମରେ 5-Tଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଯୋଗଦେଇଥିବାବେଳେ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଏହି ସମୟରେ ପାଣ୍ଡିଆନଙ୍କ ଉପରକୁ ଟମାଟୋ ମାଡ଼ ହୋଇଛି । ହେଲେ ପାଣ୍ଡିଆନଙ୍କ ଦେହରେ ଟମାଟୋ ବାଜିନଥିବା ସୂଚନା ରହିଛି ।

ଟମୋଟୋ ମାଡ ପରେ ବି ଜନସଭାକୁ ସମ୍ବୋଧନ କରିଛନ୍ତି ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ । ସେ କହିଛନ୍ତି, ‘ମୋ ଉପରକୁ ଟମାଟୋ, ଅଣ୍ଡା, ଚପଲ କି ଗୁଳିମାଡ କଲେ କିଛି ଫରକ ପଡେନି । ମୁଁ ଆପଣମାନଙ୍କ ପାଖକୁ ଆସିବି ମୋ କର୍ତ୍ତବ୍ୟ କରିଚାଲିବି । ଲୋକମାନଙ୍କ ସେବା ନିରନ୍ତର କରିଚାଲିବି’।

ପାଣ୍ଡିଆନ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ନେକ ଲୋକ ଆସିବେ, ‘ମଞ୍ଚ ଉପରେ ଭାଷଣ ଦେଇ ଚାଲିଯିବେ । ହେଲେ ମୁଁ ସେପରି ନୁହେଁ । ଲୋକଙ୍କ ବିକାଶ ଓ ନବୀନ ଓଡ଼ିଶାର ଗଠନ ପାଇଁ କାମ କରିଚାଲୁଛି ଏବଂ ଆଗକୁ ମଧ୍ୟ କରିଚାଲିଥିବି’ ।

ଅନ୍ୟପଟେ ଟମାଟୋ ମାରିଥିବା ବ୍ୟକ୍ତି ଜଣଙ୍କ କଂଗ୍ରେସର କର୍ମୀ ବୋଲି କୁହାଯାଉଛି । ଯୁବଙ୍କ ଘର ବେଲଗୁଣ୍ଠା ବ୍ଲକରେ ବୋଲି ଜଣାଯାଇଛି । ଘଟଣାସ୍ଥଳରେ ବିଜେଡି କର୍ମୀମାନେ ସଂପୃକ୍ତ ଯୁବକଙ୍କୁ ଘୋଷାଡି ନେଇ ନିର୍ଧୁମ ମାଡ଼ ମାରିଥିଲେ । ପରେ ପୋଲିସ ଯୁବକଙ୍କୁ ଉଦ୍ଧାର କରି ଥାନାକୁ ନେଇ ପଚରା ଉଚରା କରୁଛି ।

Leave A Reply

Your email address will not be published.