Latest Odisha News

BREAKING NEWS

ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ: କେଉଁ ଦେଶରେ ହେବ ଦୃଶ୍ୟମାନ

ନୂଆଦିଲ୍ଲୀ: ଆସନ୍ତା ଅପ୍ରେଲ ମାସରେ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଲାଗିବାକୁ ଯାଉଛି । ଚଳିତ ବର୍ଷର ସୂର୍ଯ୍ୟ ପରାଗ ଅପ୍ରେଲ ୫ ସୋମବାର ଦିନ ଲାଗିବାକୁ ଯାଉଛି । ଏହି ସୂର୍ଯ୍ୟପରାଗ ଉତ୍ତର ଆମେରିକା, ମେକ୍ସିକୋ, କାନାଡା ସମେତ ପ୍ରଶାନ୍ତ ମହାସାଗରରେ ଦୃଶ୍ୟମାନ ହେବ । ଭାରତରେ ଏହି ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେବ ନାହିଁ । ଆସନ୍ତୁ ଜାଣିବା ସୂର୍ଯ୍ୟ ପରାଗ କେତେ ପ୍ରକାରର ଏବଂ କେମିତି ଦେଖାଯାଏ ।

ପୂର୍ଣ୍ଣ ସୂର୍ଯ୍ୟପରାଗ: ଆସନ୍ତା ଅପ୍ରେଲରେ ପୂର୍ଣ୍ଣ ସୂର୍ଯ୍ୟପରାଗ ହେବାକୁ ଯାଉଛି । ଯେତେବେଳେ ଚନ୍ଦ୍ର, ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଅତିକ୍ରମ କରିଥାଏ ଏବଂ ସଂପୂର୍ଣ୍ଣ ଭାବରେ ସୂର୍ଯ୍ୟକୁ ଘୋଡାଇ ରଖିଥାଏ ତାହାକୁ ପୂର୍ଣ୍ଣ ସୂର୍ଯ୍ୟ ପରାଗ କୁହାଯାଏ । ପୂର୍ଣ୍ଣ ସୂର୍ଯ୍ୟପରାଗ ଲାଗିଲା ପରେ ଆକାଶ ଅନ୍ଧକାରମୟ ହୋଇଯାଇଥାଏ ।

ବଳୟାକାର ସୂର୍ଯ୍ୟ ପରାଗ: ଯେତେବେଳେ ଚନ୍ଦ୍ର ପୃଥିବୀ ଓ ସୂର୍ଯ୍ୟଙ୍କ ମଧ୍ୟରେ ଆସିଥାଏ ହେଲେ ପୃଥିବୀ ଠାରୁ ଅଧିକ ଦୂରରେ ରହିଥାଏ । ଏହାସହ ସୂର୍ଯ୍ୟକୁ ସଂପୂର୍ଣ୍ଣ ଭାବରେ ଘୋଡାଇ ନଥାଏ ଫଳରେ ଚନ୍ଦ୍ର ସୂର୍ଯ୍ୟଠୁ ଛୋଟ ଭାବରେ ଦେଖାଯାଇଥାଏ । ଆଉ ପରାଗ ଲାଗିବା ପରେ ସୂର୍ଯ୍ୟ ଏକ ରିଙ୍ଗ୍ ପରି ଦୃଶ୍ୟମାନ ହୋଇଥାଏ । ଏହି ସୂର୍ଯ୍ୟ ପରାକକୁ ରିଙ୍ଗ ଅଫ୍ ଫାୟାର କୁହାଯାଏ ।

ଆଶିଂକ ସୂର୍ଯ୍ୟ ପରାଗ: ସେହିପରି ଯେତେବେଳେ ଆଶିଂକ ସୂର୍ଯ୍ୟ ପରାଗ ହୁଏ ଚନ୍ଦ୍ର ସୂର୍ଯ୍ୟର ଗୋଟିଏ ଅଂଶକୁ ଘୋଡାଇ ରଖିଥାଏ । ହେଲେ ଆକାଶ ଆକାଶ ଅନ୍ଧକାର ଦେଖାଯାଏ ନାହିଁ । ଏହି ପରାଗରେ ସୂର୍ଯ୍ୟଙ୍କର କେବଳ ଗୋଟିଏ ଭାଗ କଳା ଦେଖାଯାଇଥାଏ ।

Leave A Reply

Your email address will not be published.