ନୂଆଦିଲ୍ଲୀ: ଦେଶର ଅଧିକାଂଶ ସହରରେ ଆକାଶଛୁଆଁ ଟମାଟୋ ଦର। ଟମାଟୋ ମୂଲ୍ୟ କିଲୋଗ୍ରାମ ପିଛା ପ୍ରାୟ ୮୦ ଟଙ୍କା ଉପରେ ରହିଛି। କିନ୍ତୁ ସରକାରୀ ତଥ୍ୟ ଅନୁଯାୟୀ ବ୍ୟାପକ ବର୍ଷା ହେତୁ ଟମାଟୋର ଖୁଚୁରା ମୂଲ୍ୟ କେତେକ ଦକ୍ଷିଣ ରାଜ୍ୟରେ କିଲୋଗ୍ରାମ ପିଛା ୧୨୦ ଟଙ୍କାକୁ ବୃଦ୍ଧି ପାଇଛି।
ଚେନ୍ନାଇରେ ଟମାଟୋର ମୂଲ୍ୟ ୧୦୦ ଟଙ୍କା, ପୁଡୁଚେରୀରେ ୯୦ ଟଙ୍କା, ବେଙ୍ଗାଲୁରୁରେ କେ.ଜିକୁ ୮୮ ଟଙ୍କା ଏବଂ ହାଇଦ୍ରାବାଦରେ ୬୫ ଟଙ୍କା ମୂଲ୍ୟ ରହିଛି। କେରଳରେ ଟମାଟୋ ମୂଲ୍ୟ ବହୁ ପରିମାଣରେ ବୃଦ୍ଧି ପାଇଛି। ଟମାଟୋର ଖୁଚୁରା ମୂଲ୍ୟ କୋଟାୟାମରେ କିଲୋଗ୍ରାମ ପିଛା ୧୨୦ ଟଙ୍କା, ଏର୍ନାକୁଲମରେ ୧୧୦ ଟଙ୍କା, ଥିରୁବନନ୍ତପୁରମରେ କିଲୋଗ୍ରାମ ପିଛା ୧୦୩ ଟଙ୍କାରେ ବିକ୍ରି ହେଉଥିବା ଜଣାପଡ଼ିଛି।
ତେବେ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ୧୬୭ଟି କେନ୍ଦ୍ରର ତଥ୍ୟ ଅନୁଯାୟୀ ଜାତୀୟ ରାଜଧାନୀ ଦିଲ୍ଲୀରେ ଟମାଟୋ କେଜିକୁ ୭୨ଙ୍କାରେ ବିକ୍ରି ହେଉଛି। ତଥ୍ୟ ଅନୁଯାୟୀ, ଅକ୍ଟୋବର ଆରମ୍ଭରୁ ଟମାଟୋର ଖୁଚୁରା ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି।
Comments are closed.