Latest Odisha News

ରାତି ପାହିଲେ ନିର୍ବାଚନ, କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ବୁଥକୁ ଗଲା ଇଭିଏମ୍

ନୂଆପଡ଼ା: ସୋମବାର ନୂଆପଡ଼ା ଜିଲ୍ଲାର ଦୁଇ ଗୋଟି ବିଧାନସଭା ମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ପ୍ରସାର ବନ୍ଦ ହୋଇଥିବା ବେଳେ ବୁଥ ଅଭିମୁଖେ ପୁଲିଙ୍ଗ ପାର୍ଟି କଡା ସୁରକ୍ଷା ବଳୟରେ ବାହାରି ଯାଇଛନ୍ତି। ଜିଲ୍ଲାପାଳ ତଥା ମୁଖ୍ୟ ନିର୍ବାଚନ ଅଧିକାରୀ ହେମକାନ୍ତ ସାଏଙ୍କ ନେତୃତ୍ଵରେ ପ୍ରଶାସନିକ ଅଧିକାରୀ ମାନେ ଇଭିଏମ୍ ମେସିନକୁ ତନ ତନ କରି ଯାଞ୍ଚ କରି ବୁଥ ମାନଙ୍କୁ ନିୟୋଜିତ କର୍ମଚାରୀଙ୍କୁ ପଠାଇଛନ୍ତି।

ଦୁଇଗୋଟି ନିର୍ବାଚନ ମଣ୍ଡଳୀର ସମୁଦାୟ ୬୦୪ ଗୋଟି ବୁଥ ମଧ୍ୟରୁ ସମ୍ବେଦନଶୀଳ ମାଓ ଇଲାକାର ବୁଥ ପାଇ ହେଲିକେପ୍ଟର ଯୋଗେ ଇଭିଏମ ପଠାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ବାଚନକୁ ନିରପେକ୍ଷ ଅବାଧ ଓ ଶାନ୍ତି ଶୃଙ୍ଖଳାର ସହ ସମାପନ କରାଯିବା ପାଇଁ ସବୁ ବ୍ୟବସ୍ଥା କରାଯାଇଥିବା ବେଳେ ଏଥିରେ ନିୟୋଜିତ କର୍ମଚାରୀଙ୍କୁ ତାଗିଦ୍ ମଧ୍ୟ କରାଯାଇଛି। ନିୟମ ଖିଲାଫ କଲେ ଦୃଢ଼ରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳଙ୍କ ସହ ଏସପି ସୂଚନା ଦେଇଛନ୍ତି। ନୂଆପଡ଼ାରେ ୩୯ଟି ପୋଲିଂ ଷ୍ଟେସନରେ ୭ଟାରୁ ୪ଟା ଭୋଟିଂ ହେବ। ସେହିପରି ନୂଆପଡ଼ାରେ ଅନ୍ୟ ପୋଲିଂ ଷ୍ଟେସନରେ ୭ଟାରୁ ୫ଟା ପର୍ଯ୍ୟନ୍ତ ମତଦାନ ହେବ।

Comments are closed.