Latest Odisha News

BREAKING NEWS

ରାତି ପାହିଲେ ଧରାପୃଷ୍ଠକୁ ବିରାଜିବେ ଐଶ୍ଚର୍ଯ୍ୟର ଦେବୀ ମା’ ପଦ୍ମାଳୟା ,ଚଳଚଞ୍ଚଳ ପୂଜା ମଣ୍ଡପ

ଭୁବନେଶ୍ଵର: ରାତି ପାହିଲେ ଆରମ୍ଭ ହେବ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ଆଉ ଏହାକୁ ନେଇ ଢେଙ୍କାନାଳ ସହର ହୋଇଉଠିଛି ଚଳଚଂଚଳ । ସହରର ସମସ୍ତ ପୂଜା ମଣ୍ଡପର ସାଜସଜ୍ଜା, ମୂର୍ତି ନିର୍ମାଣରେ କାରିଗରମାନେ ଶେଷ ସ୍ପର୍ଶ ଦେବାରେ ଲାଗିପଡିଥିବାବେଳେ, ମିଳିତ ପୂଜାକମିଟି ପକ୍ଷରୁ ସମସ୍ତ କାର୍ଯ୍ୟକୁ ତଦାରଖ ଏବଂ ନିୟନ୍ତ୍ରଣ କରାଯାଉଛି ।

କୁମାର ପୂର୍ଣ୍ଣିମା ଠାରୁ ୧୧ ଦିନ ଧରି ଚାଲିବ ଗଜଲକ୍ଷ୍ମୀ ପୂଜା । ଚଳିତବର୍ଷ ଢେଙ୍କାନାଳରେ ମୋଟ ୩୮ଟି ପୂଜା ମଣ୍ଡପରେ ମା’ଙ୍କ ପୂଜା କରାଯାଉଥିବା ବେଳେ ୪ଟି ପୂଜା ମଣ୍ଡପରେ ମାଆଙ୍କର ଚାନ୍ଦିମେଢ଼ ହେଉଛି । ଦୀର୍ଘ ୧୧ ଦିନ ଧରି ଚାଲିବାକୁ ଥିବା ଏହି ଏହି ପୂଜାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବେ । ଏହାକୁ ନଜରରେ ରଖି ପୂଜାକୁ ଶାନ୍ତିଶୃଙ୍ଖଳାର ସହ ସାରିବା ପାଇଁ ଜିଲ୍ଲା ପ୍ର୍ରଶାସନ, ପୋଲିସ ସହ ସମସ୍ତ ପୂଜା ମଣ୍ଡପ କର୍ମକର୍ତାଙ୍କ ବୈଠକ ଶେଷ ହୋଇଛି । ସହରରେ ଲାଗିଥିବା ସିସିଟିଭି ଗୁଡିକୁ ଆକ୍ଟିଭ କରିବା ସହ ରାସ୍ତାଘାଟ ଓ ପାନୀୟ ଜଳ ବ୍ୟବସ୍ଥା କରିବା ଉପରେ ଗୁରୁତ୍ୱ ଦିଆଯାଇଛି ।

Leave A Reply

Your email address will not be published.