Latest Odisha News

BREAKING NEWS

ଜନ୍ମଦିନ ପାଳିବ ସୁଭଦ୍ରା, ଘରେ ଘରେ ଦୀପ ଜାଳିବେ ମହିଳା

ଭୁବନେଶ୍ୱର: ଆସନ୍ତାକାଲି ସୁଭଦ୍ରାକୁ ପୂରିବ ୨ ବର୍ଷ। ଜନ୍ମଦିନ ପାଳିବ ସୁଭଦ୍ରା। ଏହି ଅବସରରେ ଦୀପ ଜାଳିବାକୁ ମହିଳାଙ୍କୁ ଆହ୍ୱାନ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସନ୍ଧ୍ୟା ୬ଟାରୁ ୭ଟା ପର୍ଯ୍ୟନ୍ତ ଘରେ ଘରେ ଦୀପ ଜାଳିବେ ମହିଳା । ୩୩୮ ଜାଗାରେ ହେବ ପ୍ରତିଯୋଗିତା ଓ ସେଲିବ୍ରିସନ। ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ, ଅଙ୍ଗନୱାଡିରେ ହେବ ରଙ୍ଗୋଲି କାର୍ଯ୍ୟକ୍ରମ।

୨୦୨୪ ସେପ୍ଟେମ୍ବରରେ ଆରମ୍ଭ ହୋଇଥିଲା ସୁଭଦ୍ରା ଯୋଜନା । ୨ ବର୍ଷରେ ୨୫ ହଜାର ୮୦୦ କୋଟି ଟଙ୍କା ହିତାଧିକାରୀଙ୍କୁ ଦିଆଯାଇଛି । ୨୬ ପ୍ରତିଶତରୁ ଅଧିକ ମହିଳା ଉଦ୍ୟୋଗ ପତି ବୋଲି କହିଛନ୍ତି ପ୍ରଭାତୀ ପରିଡା । ଏହି ଯୋଜନା ୧ କୋଟିରୁ ଅଧିକ ମହିଳାଙ୍କ ଜୀବନରେ ପ୍ରଭାବ ପକାଇଛି ବୋଲି କୁହାଯାଇଛି।

ଆସନ୍ତା ଏପ୍ରିଲ ୧ ତାରିଖରୁ ମାସେ ପାଇଁ ଖୋଲିବ ସୁଭଦ୍ରା ପୋର୍ଟାଲ । ଯେଉଁମାନଙ୍କୁ ୨୧ ବର୍ଷ ହେବ ସେମାନେ ଆବେଦନ କରିପାରିବେ । ଯେଉଁମାନେ ଆଇଟି ରିଟର୍ଣ୍ଣ, ଜମି ପଞ୍ଜିକରଣ ପାଇଁ ବାଦ ପଡିଛନ୍ତି ଯାଞ୍ଚ ଚାଲିଛି । ସେମାନଙ୍କ ତଥ୍ୟ ଯାଞ୍ଚ କରି ବ୍ଲକ ସ୍ତରୀୟ/ ଜିଲ୍ଲା ସ୍ତରୀୟ କମିଟି ଦେଲେ ସାମିଲ ।

Leave A Reply

Your email address will not be published.