Latest Odisha News

BREAKING NEWS

ଦେଶର ୪ ବରିଷ୍ଠ ଡାକ୍ତର ଦେଲେ ପରାମର୍ଶ, ୯୨ରୁ ତଳକୁ ଖସିଲେ ଦରକାର ଅକ୍ସିଜେନ୍

ନୂଆଦିଲ୍ଲୀ : ସାରା ଦେଶରେ ମହାମାରୀ କରୋନାକୁ ନେଇ ଆତଙ୍କ । ଏଭଳି ସ୍ଥିତିରେ ଦେଶର ଖ୍ୟାତନାମା ଡାକ୍ତର ପୁଣି ଏହି ପ୍ରସଙ୍ଗରେ କରିଛନ୍ତି ଆଲୋଚନା । ଭର୍ଚୁଆଲରେ ହୋଇଥିବା ବୈଠକରେ ଦିଲ୍ଲୀ ଏମସର ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆଙ୍କ ସମେତ ମେଦାନ୍ତ ହସ୍ପିଟାଲର ଚେୟାରମ୍ୟାନ୍ ଡ. ନରେଶ ତ୍ରେହାନ, ମେଡିସିନ ଏମସର ପ୍ରଫେସର ତଥା ଏଚଓଡି ଡ. ନବୀନ ଓ୍ଵିଗ୍ ଓ ସାଧାରଣ ସ୍ବାସ୍ଥ୍ୟସେବାର ନିର୍ଦ୍ଦେଶକ ଡ. ସୁନିଲ କୁମାର ସାମିଲ ହୋଇଥିଲେ ।

ଏମସର ନିର୍ଦ୍ଦୋକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି ଯେ, ସାରା ଦେଶରେ ଏବେ କରୋନା ଆତଙ୍କ । ତେଣୁ ଏଭଳି ସ୍ଥିତିରେ ବ୍ୟସ୍ତ ବିବ୍ରତ ନହେବାକୁ ସେ ପରାମର୍ଶ ଦେଇଛନ୍ତି । ସମସ୍ତଙ୍କୁ ହସପିଟାଲ ଆସିବାର ଆବଶ୍ୟକତା ନାହିଁ । ଘରେ ସଙ୍ଗରୋଧରେ ରହିଲେ ଅନେକ ସମସ୍ୟାର ସମାଧାନ ହୋଇପାରିବ । ମହାମାରୀ ପାଇଁ ଲୋକେ ଘରେ ଇଞ୍ଜେକ୍ସନ, ଅକ୍ସିଜେନ୍ ସିଲିଣ୍ଡର ରଖିବା ଆରମ୍ଭ କରି ଦେଇଛନ୍ତି । ଯେଉଁଥିପାଇଁ ହସ୍ପିଟାଲଗୁଡିକରେ ଅକ୍ସିଜେନ୍ ସିଲିଣ୍ଡରର ଅଭାବ ଦେଖା ଦେଇଛି । ତେଣୁ ଅଯଥାରେ ଘରେ ଔଷଧ ଓ ଅକ୍ସିଜେନ୍ ସିଲିଣ୍ଡର ଠୁଳ କରନ୍ତୁ ନାହିଁ । ଅକ୍ସିଜେନ୍ ସ୍ତର ୯୦-୯୨ରୁ କମିଲେ ଅକ୍ସିଜେନର ଆବଶ୍ୟକ ରହିଛି । ସେହିପରି ଯେଉଁମାନେ ହସପିଟାଲରେ ଭର୍ତ୍ତି ହେଉଛନ୍ତି ସେମାନଙ୍କ ପାଇଁ ରେମଡେସିଭିରର ଆବଶ୍ୟକତା ରହିଛି ।

ସେହିପରି ମେଦାନ୍ତ ହସ୍ପିଟାଲର ଡାକ୍ତର ନରେଶ ତ୍ରେହାନ କହିଛନ୍ତି ଯେ, ଅତି ଆବଶ୍ୟକ ନଥିଲେ ହସପିଟାଲକୁ ଆସନ୍ତୁନାହିଁ । ଯଦି କୌଣସି ବ୍ୟକ୍ତି ଅସୁସ୍ଥ ଅନୁଭବ କରୁଛନ୍ତି, ତେବେ ଡାକ୍ତରଙ୍କ ପରାମର୍ଶ ନେଇ ଟେଷ୍ଟ କରନ୍ତୁ । ଏହାସହ ଘରେ ଅନୁଲୋମ-ବିଲୋମ ପ୍ରାଣାୟମ କଲେ ଏହା ଶୀର ପାଇଁ ଲାଭଦାୟକ ହେବ । ସେହିପରି ବାହାରକୁ ବାହାରିଲେ ଦୁଇଟଇ ମମାସ୍କ ପିନ୍ଧନ୍ତୁ ବୋଲି କହିଛନ୍ତି ଡାକ୍ତର ତ୍ରେହାନ୍ । ବାହାରୁ ଘରକୁ ଫେରିଲେ ଲୁଗାପଟା ନିଶ୍ଚୟ ବଦଳାଅ । ଦେଶରେ ଦିନକୁ ଦିନ ପରିସ୍ଥିତି ସାଂଘାତିକ ହେଉଥିବା ବେଳେ ଆମକୁ କରୋନା ଚେନ୍ ଭାଙ୍ଗିବାକୁ ପଡିବ ବୋଲି ଡାକ୍ତର ତ୍ରେହାନ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.