Latest Odisha News

BREAKING NEWS

ଟି୨୦ରେ କୋହଲିଙ୍କ ରେକର୍ଡ ଭାଙ୍ଗି ଚର୍ଚ୍ଚାରେ ବାବର

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟର ବାବର ଆଜମ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଏକ ରେକର୍ଡ ଭାଙ୍ଗି ଏବେ ଚର୍ଚ୍ଚାକୁ ଆସିଛନ୍ତି । ଟି୨୦ରେ ଦ୍ରୁତତମ ୨୦୦୦ ରନ ସଂଗ୍ରହ କରିବାରେ କୋହଲୀ କୀର୍ତିମାନ ସ୍ଥାପନ କରିଥିଲେ । ସେ ୫୬ଟି ଇନିଂସ ଖେଳି ଏହି ରେକର୍ଡ କରିଥିବା ବେଳେ ବାବର ୫୨ତମ ଇନିଂସରେ ଏହାକୁ ଭାଙ୍ଗି ଦେଇଛନ୍ତି ।

ସେହିପରି ଦ୍ରୁତତମ ୧୦୦୦ ରନ ପୂର୍ଣ୍ଣରେ ସେ କୋହଲିଙ୍କଠାରୁ ଗୋଟିଏ ଅଧିକ ଇନିଂସ ଖେଳିଥିଲେ । କୋହଲି ୨୬ ଇନିଂସରେ ଏହି ରନ ସଂଗ୍ରହ କରିଥିବା ବେଳେ ବାବର ୨୭ ଇନିଂସ ଖେଳିଛନ୍ତି । ଇଂଲଣ୍ଡର ଦାୱିଦ ମଲାନ ୨୪ ଇନିଂସରେ ୧୦୦୦ ରନ ପୂର୍ଣ୍ଣ କରି ନୂତନ ରେକର୍ଡ ସ୍ଥାପନ କରିଛନ୍ତି ।

Leave A Reply

Your email address will not be published.