Latest Odisha News

ଆଇପିଏଲରେ ଦ୍ରୁତ ବଲ ପକାଇଥିବା ୫ ବୋଲର

ମୁମ୍ବାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ଲକ୍ଷ୍ନୌ ସୁପର ଜ୍ୟାଂଟସର ଯୁବ ପେସ ବୋଲର ମୟଙ୍କ ଯାଦବ ଦ୍ରୁତ ବଲ ପକାଇ ଚହଳ ସୃଷ୍ଟି କରିଛନ୍ତି । ପଦାର୍ପଣ ଆଇପିଏଲରେ ସେ ପଞ୍ଜାବ କିଙ୍ଗସ ବିପକ୍ଷରେ ୧୫୫.୮ ପ୍ରତି ଘଂଟା ବେଗରେ ବଲ ପକାଇଥିଲେ । ଆଇପିଏଲ ଇତିହାସରେ ଏହା ୫ମ ଦ୍ରୁତ ବଲ । ଅଷ୍ଟ୍ରେଲିଆର ଶେନ ଟେଟ ଆଇପିଏଲ ଇତିହାସରେ ସବୁଠାରୁ ଦ୍ରୁତ ବଲ ପକାଇଛନ୍ତି । ୨୦୧୧ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ଟେଟ ୧୫୭.୭୧ କିମି ପ୍ରତି ଘଂଟାରେ ବଲ ପକାଇଥିଲେ । ନ୍ୟୁଜିଲାଣ୍ଡର ଲକି ଫୁର୍ଗ୍ୟୁଶନ ୧୫୭.୩ କିମିରେ ବଲ ପକାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

ସେହିପରି ଉମ୍ରାନ ମଲିକ (୧୫୭ କିମି ପ୍ରତି ଘଂଟା) ଓ ଏନରିକ ନୋର୍ଟେଜ (୧୫୬.୨୨) ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି । ମୟଙ୍କ କ୍ରମାଗତ ଭାବେ ୧୫୦ରୁ ଊର୍ଦ୍ଧ୍ୱ ବେଗରେ ବଲ ପକାଇ ସମସ୍ତଙ୍କୁ ପ୍ରଭାବିତ କରିପାରିଛନ୍ତି ।

Comments are closed.