ଭୁବନେଶ୍ବର: ଭାରତୀୟ ବଜାରରେ ବୈଦ୍ୟୁତିକ ଯାନର ଚାହିଦା ଦ୍ରୁତ ଗତିରେ ବଢିବାରେ ଲାଗିଛି । ବିଶେଷକରି ଦୁଇ ଚକିଆ ଯାନର ବିକ୍ରୟ ପ୍ରତି ମାସରେ ଭଲ ରହିଥାଏ । ଯଦିଓ ବଜାରରେ ଇଲେକ୍ଟ୍ରିକ୍ ସ୍କୁଟରର ଚାହିଦା ଅଧିକ, କିନ୍ତୁ ଅନେକ ଲୋକ ଇଲେକ୍ଟ୍ରିକ୍ ବାଇକ୍ କିଣିବାକୁ ପସନ୍ଦ କରନ୍ତି । ଯଦି ଆପଣ ଏକ ଇଲେକ୍ଟ୍ରିକ୍ ବାଇକ ଖୋଜୁଛନ୍ତି ତେବେ ଆପଣଙ୍କୁ ଏହି ଟପ୍ -୫ ବିକଳ୍ପଗୁଡ଼ିକ ବିଷୟରେ କହୁଛୁ , ଯାହା ସବୁଠାରୁ ସୁଲଭ ମୂଲ୍ୟରେ ଉପଲବ୍ଧ..
Revolt RV1
ରିଭୋଲ୍ଟ ମୋଟର (Revolt Motor) ଇଲେକଟ୍ରିକ୍ ମୋଟରସାଇକେଲକୁ ବ୍ୟାଟେରୀ ଆଧାରରେ ଦୁଇଟି ପ୍ରକାର ଏବଂ ରଙ୍ଗ ଆଧାରରେ ଚାରିଟି ପ୍ରକାରରେ ବିକ୍ରି କରୁଛି । କମ୍ପାନୀ 2.2 kWhh ଏବଂ 3.24 kWh ବ୍ୟାଟେରୀ ବିକଳ୍ପ ମିଳେ; ଯାହାର ରେଞ୍ଜ ୧୦୦ କିମି ଏବଂ ୧୬୦ କି.ମି ରହିଛି । ଏହାର ମୂଲ୍ୟ ହେଉଛି ୯୧,୩୧୭ ଟଙ୍କା, ୯୪,୩୬୮ ଟଙ୍କା, ୧,୦୬,୫୭୧ ଟଙ୍କା ଏବଂ ୧,୦୯,୬୨୨ ଟଙ୍କା (ଏକ୍ସ ଶୋରୁମ୍) ।
Oben Rorr EZ
ଇଲେକଟ୍ରିକ୍ ଦୁଇ ଚକିଆ ନିର୍ମାତା Oben Electrics ତିନିଟି ବ୍ୟାଟେରୀ ଭାରିଏଣ୍ଟରେ ଉପଲବ୍ଧ । ଏହି ବ୍ୟାଟେରୀ ବିକଳ୍ପଗୁଡ଼ିକରେ 2.6 kWhh, 3.4 kWh ଏବଂ 4.4 kWh ବ୍ୟାଟେରୀ ପ୍ୟାକ୍ ରହିଛି। ଏହି ବାଇକ୍ ର ମୂଲ୍ୟ ଯଥାକ୍ରମେ ୧,୦୦,୧୧୨ ଟଙ୍କା, ୧,୨୦,୪୬୮ ଟଙ୍କା ଏବଂ ୧,୩୦,୬୪୬ ଟଙ୍କା (ଏକ୍ସ-ଶୋରୁମ୍)। ବ୍ୟାଟେରୀ ଆଧାରରେ ଏହାର ରେଞ୍ଜ ଯଥାକ୍ରମେ ୧୧୦ କିଲୋମିଟର, ୧୪୦ କିଲୋମିଟର ଏବଂ ୧୭୫ କିଲୋମିଟର ରହିଛି । ଏହି ବାଇକରେ ତିନୋଟି ରାଇଡିଂ ମୋଡ୍- – Eco, Sport ଓ Hyper ମିଳେ ।
Revolt RV BlazeX
ରିଭୋଲ୍ଟ ମୋଟର ଏହି ବାଇକକୁ କେବଳ ଗୋଟିଏ ଭାରିଏଣ୍ଟରେ ବିକ୍ରି କରୁଛି । ଏଥିରେ 3.24 kWh ପୋର୍ଟେବଲ୍ ବ୍ୟାଟେରୀ ରହିଛି । ଏହି ବ୍ୟାଟେରୀରେ ଇ-ବାଇକ୍କୁ ୧୫୦କିମି ଯାଏଁ ରାଇଡିଂ ରେଞ୍ଜ ମିଳେ । କମ୍ପାନୀ ଏଥିରେ ତିନିଟି ରାଇଡିଂ ମୋଡ୍ ଦେଇଛି – ଇକୋ, ସିଟି ଏବଂ ସ୍ପୋର୍ଟ । ସ୍ପୋର୍ଟ୍ ମୋଡ୍ରେ ଏହାର ସର୍ବାଧିକ ଗତି ଘଣ୍ଟା ପ୍ରତି ୮୫ କିଲୋମିଟର ଅଛି । ଏଥିରେ ସ୍ଥାପିତ ଇଲେକଟ୍ରିକ୍ ମୋଟର 5.4 bhpର ଶକ୍ତି ଉତ୍ପାଦନ କରେ । ମୂଲ୍ୟ ୧,୧୧,୪୫୬ ରହିଛି ।
Ola Roadster
ଓଲା ରୋଡଷ୍ଟାର ସମୁଦାୟ ତିନିଟି ବ୍ୟାଟେରୀ କ୍ଷମତା ଭାରିଏଣ୍ଟରେ ବିକ୍ରି ହେଉଛି । ଏଥିରେ 3.5 kwh, 4.5 kwh ଏବଂ 6 kwh ବିକଳ୍ପ ରହିଛି । ଏହାର ମୂଲ୍ୟ ଯଥାକ୍ରମେ ୧,୦୫,୩୭୯ ଟଙ୍କା, ୧,୨୦,୬୪୬ ଟଙ୍କା ଏବଂ ୧,୪୧,୦୦୨ ଟଙ୍କା ରହିଛି । ଏହି ବାଇକ୍ର ରେଞ୍ଜ ଯଥାକ୍ରମେ ୧୫୧ କିମି, ୧୯୦ କିମି ଏବଂ ୨୪୮ କିମି ରହିଛି ।
Ola Roadster X
ଓଲା ରୋଡଷ୍ଟାର ଏକ୍ସ ବାଇକ ତିନିଟି ବ୍ୟାଟେରୀ ପ୍ରକାରରେ ବିକ୍ରି ହେଉଛି । ଏଥିରେ 2.5 kwh, 3.5 kwh ଏବଂ 4.5 kwh ସାମିଲ । ଯାହାର ରେଞ୍ଜ ଯଥାକ୍ରମେ ୧୪୦ କିଲୋମିଟର, ୧୯୬ କିଲୋମିଟର ଏବଂ ୨୫୨ କିଲୋମିଟର ରହିଛି ।ଏମାନଙ୍କର ମୂଲ୍ୟ ଯଥାକ୍ରମେ ୧,୦୦,୭୦୬ ଟଙ୍କା, ୧,୧୦,୯୯୭ ଟଙ୍କା ଏବଂ ୧,୨୧,୨୮୭ ଟଙ୍କା (ଏକ୍ସ-ଶୋରୁମ୍) ରହିଛି। ଏହାର ତିନୋଟି ରାଇଡିଂ ମୋଡ୍-Eco, Normal ଓ Sport ମିଳେ ।
Comments are closed.