Latest Odisha News

BREAKING NEWS

ମୁଣ୍ଡ ନୁଆଁଇଲେ ରାଷ୍ଟ୍ରପତି, ୬ ଘଣ୍ଟାରେ ମାର୍ଶଲ ଲ’ ପ୍ରତ୍ୟାହୃତ

ନୂଆଦିଲ୍ଲୀ: ସାମରିକ ଆଇନ ଲାଗୁ କରିବାକୁ ନିର୍ଦ୍ଦେଶ ଦେବାର ୬ ଘଣ୍ଟା ଭିତରେ ଆଦେଶ ପ୍ରତ୍ୟାହୃତ କଲେ ଦକ୍ଷିଣ କୋରିଆର ରାଷ୍ଟ୍ରପତି । ରିପୋର୍ଟ ଅନୁଯାୟୀ, ସାମରିକ ଆଇନ ଲାଗୁ ହେବା ନେଇ ରାଷ୍ଟ୍ରପତି ଆଦେଶ ଦେବା ପରେ ଦେଶରେ ସ୍ଥିତି ଜଟିଳ ହୋଇପଡିଥିଲା । ବିରୋଧିଙ୍କ ବିରୋଧ ସହ ଜନସାଧାରଣଙ୍କ ହରତାଳ ଆଗରେ ଶେଷରେ ମୁଣ୍ଡ ନୁଆଁଇଛନ୍ତି ରାଷ୍ଟ୍ରପତି ୟୋନ୍ ସୁକ୍ ୟୋଲ । ସାମରିକ ଆଇନ ଆଦେଶ ପ୍ରତ୍ୟାହାର କରି ରାଷ୍ଟ୍ରପତି କହିଛନ୍ତି ଅଚାନକ ତରବର ଭାବରେ ଏପରି ନିଷ୍ପତି ନେବା ମୋର ଭୁଲ । ତେଣୁ ମୁଁ ସଂସଦର ନିର୍ଦ୍ଦେଶକୁ ସ୍ଵୀକାର କରି ତୁରନ୍ତ ସାମରିକ ଆଇନ ହଟାଇବାକୁ ନିର୍ଦ୍ଦେଶ ଦେଉଛି ।

ଦେଶକୁ ସମ୍ବୋଧନ କରି ରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ କ୍ୟାବିନେଟ ବୈଠକ ଡକାଇଛି । ସକାଳ ହେଉ ହେଉ ସଙ୍ଗେ ସଙ୍ଗେ ଏହି ଆଇନ ପ୍ରତ୍ୟହୃତ ହେବ । ଆଇନରେ ଯେଉଁ ପ୍ରଣାଳୀ ଅଛି ସେହି ଅନୁସାରେ କ୍ୟାବିନେଟ ବୈଠକ ପରେ ସମ୍ପୁର୍ଣ୍ଣ ଭାବରେ ଦେଶରୁ ସାମରିକ ଆଇନ ପ୍ରତ୍ୟହୃତ କରାଯିବ ।

କହି ରଖୁଛୁ ଯେ, ଦେଶରେ ସାମରିକ ଆଇନ ଲାଗୁ କରିବାରେ ରାଷ୍ଟ୍ରପତିଙ୍କ ଘୋଷଣା ପରେ ଦେଶରେ ସ୍ଥିତି ଜଟିଳ ହେବାକୁ ଲାଗିଥିଲା । ସଂସଦ ଏହି ନିଷ୍ପତିକୁ ଖାରଜ କରିବା ସହ ବିରୋଧିଙ୍କ ସହ ରାସ୍ତାକୁ ଓହ୍ଲାଇଥିଲେ ସାଧାରଣ ଜନତା । ପରିସ୍ଥିତି ଏତେ ମାତ୍ରାରେ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା ଯେ ଶେଷରେ ନିଷ୍ଟତିର ୬ଘଣ୍ଟା ମଧ୍ୟରେ ନିଜ ଆଦେଶକୁ ପ୍ରତ୍ୟହୃତ କରିଛନ୍ତି ରାଷ୍ଟ୍ରପତି ।

ସୂଚନାଯୋଗ୍ୟ, ଦକ୍ଷିଣ କୋରିଆରେ ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ଗତକାଲି ସାମରିକ ଆଇନ ଲାଗୁ କରିଥିଲେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୋନ୍ ସୁକ୍ ୟୋଲ । ସେ କହିଥିଲେ ଯେ ଉତ୍ତର କୋରିଆର ସୈନ୍ୟବାହିନୀକୁ ହଟାଇବା ଏବଂ ସାମ୍ବିଧାନିକ ଗଣତାନ୍ତ୍ରିକ ବ୍ୟବସ୍ଥାର ସୁରକ୍ଷା ପାଇଁ ଶପଥ ନେଇ ୟୋନ୍ ଏକ ଟେଲିଭିଜନ ସଂକ୍ଷିପ୍ତ ବୈଠକରେ ଏହି ଘୋଷଣା କରିଥିଲେ। ଏହାପରେ ସଂସଦରେ ଶାସକ ଓ ବିରୋଧୀ ଦଳ ମୁହାଁମୁହିଁ ହେବା ସହ ହଠାତ୍‌  ମାର୍ଶଲ ଲ’ ଲାଗୁହେବା ଘୋଷଣା କରାଯିବାରୁ ଏନେଇ ତୁମ୍ବିତୋଫାନ ସୃଷ୍ଟି ହୋଇଥିଲା । ସେପଟେ ରାଷ୍ଟ୍ରପତିଙ୍କ ଏହି ଘୋଷଣାକୁ ଅବୈଧ ଘୋଷଣା କରିଥିଲା ସଂସଦ । ଏଥିସହ ସାଂସଦମାନେ ଏହାକୁ ପ୍ରତ୍ୟାଖ୍ୟାନ କରିବାକୁ ମତ ଦେଇଥିଲେ। ଅନ୍ୟପଟେ ଯେଉଁପର୍ଯ୍ୟନ୍ତ ରାଷ୍ଟ୍ରପତି ଏହାକୁ ଉଠାଇବାକୁ ନିର୍ଦ୍ଦେଶ ନଦେଇଛନ୍ତି ସେ ଏହା ବଳବତ୍ତର ରହିବ ବୋଲି କହିଥିଲେଛି ସେନା ବାହିନୀ ।

ସୂଚନାଯୋଗ୍ୟ, ଜରୁରୀକାଳୀନ ପରିସ୍ଥିତିରେ ସାମରିକ କର୍ତ୍ତୃପକ୍ଷଙ୍କ ଦ୍ୱାରା ମାର୍ଶାଲ ଲ’ ଅସ୍ଥାୟୀ ଭାବେ ଲାଗୁ ହୋଇଥାଏ, ଯେଉଁଥିରେ ବେସାମରିକ କର୍ତ୍ତୃପକ୍ଷ କାର୍ଯ୍ୟ କରିବା ଉପରେ କଟକଣା ଲାଗୁ କରାଯାଇଥାଏ। ଏଥିରେ ସାଧାରଣ ନାଗରିକଙ୍କ ଅଧିକାର ମଧ୍ୟ ପ୍ରଭାବିତ ହୋଇଥାଏ।

 

Leave A Reply

Your email address will not be published.