ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଙ୍କୁ ଭେଟିଛନ୍ତି ବିଜେପିର ବରିଷ୍ଠ ନେତାବୃନ୍ଦ । ନୀତୀଶ କୁମାରଙ୍କୁ ଭେଟି ଆସନ୍ତା ବିଧାନସଭା ନିର୍ବାଚନରେ ମିଳିତ ସଂଗ୍ରାମ ପାଇଁ ଉପରେ ଆଲୋଚନା ହେଇଛି ।
ଦୁଇ ଦିନିଆ ରାଜ୍ୟ ଗସ୍ତରେ ଆସିଥିବା ବିଜେପି ମୁଖ୍ୟ ଜେପି ନାଡା ଶ୍ରୀ କୁମାରଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ । ବୈଠକରେ ମତଦାନ ପାଇଁ ଆସନ ବଣ୍ଟନ ବିଷୟରେ ଅନୌପଚାରିକ ଆଲୋଚନା ହୋଇଥିବା ଜଣାପଡିଛି ।
ବିହାର ନିର୍ବାଚନ ପାଇଁ ଦଳୀୟ ଅଭିଯାନର ଦାୟିତ୍ୱ ତୁଲାଇଥିବା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ବିଜେପି ଜାତୀୟ ସାଧାରଣ ସଚିବ ଭୁପେନ୍ଦ୍ର ଯାଦବ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ।
ଆସନ୍ତା ନିର୍ବାଚନରେ ବିହାର ଏନଡିଏ ସରକାର ଚୟନ କରିବ ଏବଂ ଏନଡିଏ ସରକାରଙ୍କ ଅଧୀନରେ ବିହାରର ଯୁବକଙ୍କ ଭବିଷ୍ୟତ ଭଲ ସ୍ଥିତିରେ ରହିବ ବୋଲି ଫଡନାଭିସ୍ ଆଶାବାଦୀ ଥିବା କଥା କହିଛନ୍ତି ।
ବିହାରରେ ଅଭିନେତା ୰ ସୁଶାନ୍ତ ସିଂ ରାଜପୁତ ଙ୍କ ପୋଷ୍ଟର ଏବଂ ବ୍ୟାନର ଲଗାଇ, ନିର୍ବାଚନୀ ଲାଭ ପାଇଁ ମୃତକଙ୍କୁ ରାଜନୀତିରେ ଟାଣୁଥିବା ବିରୋଧୀଦଳ ଅଭିଯୋଗ କରିଛନ୍ତି।
ପ୍ରକାଶ ଥାଉ କି ଅକ୍ଟୋବର-ନଭେମ୍ବରରେ ବିହାରର ୨୪୩ ବିଧାନସଭା ଆସନ ପାଇଁ ନିର୍ବାଚନ ହେବ। ବର୍ତ୍ତମାନର ବିଧାନସଭାର କାର୍ଯ୍ୟକାଳ ନଭେମ୍ବର ୨୯ ରେ ଶେଷ ହେବ।
Comments are closed.