ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା ସଚିବ ଅଜୟ କୁମାର କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହେବା ପରେ ଦିଲ୍ଲୀର ରାଇସିନା ହିଲ୍ କମ୍ପ୍ଲେକ୍ସରେ ଥିବା ଦକ୍ଷିଣ ବ୍ଲକର ଏକ ଅଂଶକୁ ସିଲ୍ କରାଯାଇଛି।
ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ୧୯୮୫-ବ୍ୟାଚ୍ ଓଇଝ ଅଧିକାରୀ ଶ୍ରୀ କୁମାର କିଛି ଦିନ ପୂର୍ବରୁ ସାମାନ୍ୟ ଜ୍ୱରରେ ପିଡିତ ହୋଇଥିଲେ । ପରେ ସେ ଏନେଇ ନିଜର କୋଭିଡ-୧୯ ପରୀକ୍ଷା କରାଇଥିବା ବେଳେ ମଙ୍ଗଳ ବାର ଦିନ ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ବାହାରିଥିଲା ।
ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ଏବଂ ସେ ଏବେ ହୋମ୍ କ୍ୱାରେଣ୍ଟାଇନରେ ରହିଥିବା ନେଇ ସୁତ୍ରରୁ ପ୍ରକାଶ ।
ଆହୁରି ମଧ୍ୟ ବୁଧବାର ଦିନ ଦକ୍ଷିଣ ବ୍ଲକର ପ୍ରଥମ ମହଲା ବିଭାଗକୁ ସାନିଟାଇଜ କରାଯାଇଥିବାରୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟର ବହୁ ବରିଷ୍ଠ ଅଧିକାରୀ କାର୍ଯ୍ୟାଳୟରେ ଯୋଗ ଦେଇନଥିଲେ ବୋଲି ସୂଚନା ମିଳିଛି ।
ତେବେ ଏବିଷୟରେ ଗଣମାଧ୍ୟମକୁ କୌଣସି ମନ୍ତବ୍ୟ ଦେବାକୁ ମନା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଏ ଭରତ ଭୂଷଣ ବାବୁ। ଏହାଛଡା ଶ୍ରୀ ସିଂ ଦକ୍ଷିଣ ବ୍ଲକକୁ ଯାଇ ନାହାଁନ୍ତି କିମ୍ବା କ୍ୱାରେଣ୍ଟାଇନରେ ନାହାଁନ୍ତି ବୋଲି ପ୍ରତିରକ୍ଷା ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
Comments are closed.