Latest Odisha News

BREAKING NEWS

ମହାଦେବଙ୍କ ବାସସ୍ଥଳୀ କେଦାରନାଥ: ୬ ମାସ ବନ୍ଦ ରହିବା ସତ୍ତ୍ୱେ ବି ଜଳୁଥାଏ ମନ୍ଦିର ଦୀପ !

କେଦାରନାଥ: ଉତ୍ତରାଖଣ୍ଡର ପ୍ରସିଦ୍ଧ ଧର୍ମସ୍ଥଳ କେଦାରନାଥ। ସମୁଦ୍ର ପତ୍ତନ ଠାରୁ ପ୍ରାୟ ୩୫୮୧ ମିଟର ଉଚ୍ଚ କେଦାର ଉପତ୍ୟକାରେ ରହିଛି ଏହି ମନ୍ଦିର।

ଚାରିଧାମ ମଧ୍ୟରୁ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ଭାବେ ବିବେଚନା କରାଯାଏ। ଭଗବାନ ଶିବ ଶ୍ରୀକେଦାରନାଥ ଜ୍ୟୋତିର୍ଲିଙ୍ଗ ରୂପେ ହିମାଳୟ ଉପରେ ବିରାଜମାନ ଅଛନ୍ତି ।

ଏଠାରେ ଭଗବାନଙ୍କୁ ଦର୍ଶନ କଲେ ଭକ୍ତଙ୍କ ସମସ୍ତ ମନୋସ୍କାମନା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି । ମାତ୍ର ଏହି ମନ୍ଦିର ବର୍ଷକରେ ୬ ମାସ ଖୋଲା ରହୁଥିବା ବେଳେ ୬ ମାସ ବନ୍ଦ ରହିଥାଏ।

ଅକ୍ଟୋବର ମାସରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏହି ଉପତ୍ୟକା ବରଫାବୃତ ହୋଇଯାଏ। ମନ୍ଦିର, ଶିବଲିଙ୍ଗ, ଯାତ୍ରାପଥ ଆଦି ବରଫରେ ଆଚ୍ଛାଦିତ ହୋଇଯାଏ। ଏହି ଛଅ ମାସ କେଦାରନାଥଙ୍କ ଦର୍ଶନ ମିଳିନଥାଏ।

ଏପ୍ରିଲ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ କେଦାରନାଥଙ୍କର ଦର୍ଶନ ମିଳିବା ସମ୍ଭବ ହୋଇଥାଏ। ସୂଚନା ଅନୁସାରେ, ସାଧାରଣତଃ ଅକ୍ଷୟ ତୃତୀୟ ଅବସରରେ ମନ୍ଦିର ଖୋଲାଯାଇଥାଏ ଏବଂ ଦୀପାବଳି ପରଦିନ ବନ୍ଦକରାଯାଏ।

ସବୁଠୁ ଆଶ୍ଚର୍ଯ୍ୟର କଥା ଏହାକି ମନ୍ଦିର ବନ୍ଦ କରାଯିବା ପୂର୍ବରୁ ଗର୍ଭଗୃହରେ ଜ୍ୟୋତିର୍ଲିଙ୍ଗଙ୍କ ସମ୍ମୁଖରେ ଦୀପ ଜଳା ଯାଇ ମନ୍ଦିର ବନ୍ଦ କରାଯାଇଥାଏ ଏବଂ ଦୀର୍ଘ ଛଅମାସ ପରେ ମନ୍ଦିର ଖୋଲାହେବା ପର୍ଯ୍ୟନ୍ତ ଏହି ଦୀପ ସେହିପରି ଜଳୁଥିବାର ପୂଜକ ମାନେ ମତ ଦିଅନ୍ତି ।

Leave A Reply

Your email address will not be published.