Latest Odisha News

BREAKING NEWS

ଦୈନିକ କରୋନା ପଜିଟିଭ୍ ଓ ଆକ୍ଟିଭ କେସରେ ଓଡ଼ିଶାର ଟପ୍ ୫ ଜିଲ୍ଲା

ଭୁବନେଶ୍ୱର: ରାଜ୍ୟରେ କରୋନା କାୟା ଧୀରେ ଧୀରେ କମୁଛି । ଏବେ ଦୈନିକ ୩ ହଜାରରୁ କମ୍ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଖୋର୍ଦ୍ଧା ଓ କଟକରେ ପଜିଟିଭ୍ କେସ୍ ଦିନକୁ ଦିନ ଖସୁଥିବା ବେଳେ ଚିନ୍ତା ବଢ଼ାଇଛି ଅନୁଗୋଳ ଓ ମୟୂରଭଞ୍ଜ ଜିଲ୍ଲା । ସେହିପରି ସୁନ୍ଦରଗଡ଼ରେ ବି ବଢୁଛି ନୂଆ ସଂକ୍ରମିତଙ୍କ ସଂଖ୍ୟା । ଏହି ପାଞ୍ଚ ଜିଲ୍ଲା ରାଜ୍ୟରୁ ଦୈନିକ ଅଧିକ ସଂକ୍ରମିତ ହେଉଥିବା ବେଳେ ଆକ୍ଟିଭ୍ କେସ୍ ବି ଅଧିକ ରହିଛି ।

ଗତ ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ସର୍ବାଧିକ ୩୬୮ ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୫ ହଜାର ୪୧କୁ ବୃଦ୍ଧି ପାଇଛି । ୪୦ ହଜାର ୭୩୮ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଥିବା ବେଳେ ଆକ୍ଟିଭ୍ କେସ୍ ରହିଛି ୪ ହଜାର ୧୦୯ ।

କଟକରୁ ଦିନକରେ ବାହାରିଛନ୍ତି ୧୮୬ ସଂକ୍ରମିତ । ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୩ ହଜାର ୮୦୧ । ସେଥିରେ ସୁସ୍ଥ ହେଲେଣି ୨୧ ହଜାର ୮୪୦ । ଚିକିତ୍ସାଧୀନ ଅଛନ୍ତି ୧୮ଶହ ୬୩ ଆକ୍ରାନ୍ତ ।

ଅନୁଗୋଳରେ କ୍ରମାଗତ ପଜିଟିଭ୍ ସଂଖ୍ୟା ବଢୁଛି । ଗତ ୨୪ ଘଣ୍ଟାରେ ଆଉ ୧୭୦ ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ୪ଶହକୁ ବଢ଼ିଛି । ଆକ୍ଟିଭ୍ କେସ ରହିଛି ୧୪ ଶହ ୯୫ । ସୁସ୍ଥ ହେଲେଣି ୪ ହଜାର ୮୯୭ ।

ଆସନ୍ତାକାଲି ମୟୂରଭଞ୍ଜ ଜିଲ୍ଲାରେ ଦଶ ହଜାର ଛୁଇଁପାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ଆଉ ୧୩୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ୍ ୯ ହଜାର ୯୦୩ ଆକ୍ରାନ୍ତଙ୍କ ମଧ୍ୟରୁ ୮ ହଜାର ୭୨୨ ଆରୋଗ୍ୟ ଲାଭ କରିଛନ୍ତି । ୧୧ ଶହ ୪୧ଟି ରହିଛି ସକ୍ରିୟ କେସ୍ ।

ସୁନ୍ଦରଗଡ଼ ଜିଲ୍ଲାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯ ହଜାର ୩୬୯ । ଗତ ୨୪ ଘଣ୍ଟାରେ ବାହାରିଛନ୍ତି ୧୬୧ ନୂଆ ଆକ୍ରାନ୍ତ । ସୁସ୍ତ ହେଲେଣି ୭ ହଜାର ୯୩୯ ଜଣ । ଜିଲ୍ଲାରେ ଆକ୍ଟିଭ କେସ୍ ରହିଛି ୧୩ ଶହ ୭୩ ।

Leave A Reply

Your email address will not be published.