Latest Odisha News

ହିଜବୁଲ୍ଲାର ଟପ୍ କମାଣ୍ଡର ଶେଖ ହମାଦିକୁ ଗୁଳିମାଡ଼

ଲେବନାନ: ଲେବନାନର ପୂର୍ବରେ ଥିବା ବେକା ଘାଟିରେ ହିଜବୁଲ୍ଲାର ଜଣେ କୁଖ୍ଯାତ କମାଣ୍ଡର ଶେଖ ମହମ୍ମଦ ଅଲି ହମାଦିଙ୍କୁ ମଙ୍ଗଳବାର କିଛି ଅଜ୍ଞାତ ବ୍ୟକ୍ତି ଗୁଳିମାଡ଼ କରିଛନ୍ତି।

ହିଜବୁଲ୍ଲା କମାଣ୍ଡର ହମାଦିଙ୍କୁ ମାଚଗାରା ଅଞ୍ଚଳରେ ଥିବା ତାଙ୍କ ଘର ନିକଟରେ ଏକ ଚଳନ୍ତା ଗାଡ଼ିରୁ ଛଅ ଥର ଗୁଳି କରାଯାଇଥିଲା।ତେବେ ଆକ୍ରମଣକାରୀ ମାନେ ଦୁଇଟି ଗାଡ଼ିରେ ଆସିଥିଲେ ବୋଲି ଜଣାପଡିଛି। ରିପୋର୍ଟ ଅନୁସାରେ ସେ ହିଜବୁଲ୍ଲାର ପଶ୍ଚିମ ଅଲ-ବାକା ଅଞ୍ଚଳର କମାଣ୍ଡର ଥିଲେ। ତାଙ୍କ ହତ୍ୟାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ।

ଟାଇମ୍ସ ଅଫ୍ ଇସ୍ରାଏଲ ଅନୁଯାୟୀ, ହମାଦିଙ୍କୁ ଆକ୍ରମଣ ପରେ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ଯେଉଁଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ ଏହି ଘଟଣାର ତଦନ୍ତ ଲେବାନନ୍ କର୍ତ୍ତୃପକ୍ଷ ଆରମ୍ଭ କରିଛନ୍ତି।

ହାମାଦି ଗତ ଏକ ଦଶନ୍ଧି ଧରି ଆମେରିକୀୟ ସୁରକ୍ଷା ଏଜେନ୍ସି ଏଫବିଆଇର ମୋଷ୍ଟ-ୱାଣ୍ଟେଡ୍ ତାଲିକାରେ ଥିଲେ। ୧୯୮୫ ମସିହାରେ ସେ ପଶ୍ଚିମ ଜର୍ମାନ ଏୟାରଲାଇନର, ଲୁଫ୍ଥାନ୍ସା ଫ୍ଲାଇଟ୍ ୮୪୭କୁ ହାଇଜ୍ୟାକ କରିଥିଲା। ଯେଉଁଥିରେ ଅନେକ ଆମେରିକୀୟଙ୍କ ସମେତ ୧୫୩ ଜଣ ଯାତ୍ରୀ ଥିଲେ। ତେବେ ଅପହରଣ ସମୟରେ ଜଣେ ଆମେରିକୀୟ ନାଗରିକଙ୍କୁ ନିର୍ଯାତନା ଦେବା ସହ ହତ୍ୟା ମଧ୍ଯ କରାଯାଇଥିଲା।

 

Comments are closed.