ୱାଶିଂଟନ: ଆମେରିକାର ନୂତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜନ୍ମଗତ ନାଗରିକତା ସମ୍ବନ୍ଧୀୟ ନିୟମକୁ ଉଚ୍ଛେଦ କରିଛନ୍ତି। ଯାହାଫଳରେ ଆମେରିକାରେ ଜନ୍ମ ହେଉଥିବା ପ୍ରତ୍ୟେକ ଶିଶୁ ସ୍ୱୟଂଚାଳିତ ଭାବରେ ଆମେରିକାର ନାଗରିକତ୍ୱ ପାଇପାରିବେ ନାହିଁ। ତେବେ ଏହା ଆମେରିକାରେ ରହୁଥିବା ଭାରତୀୟ ମାନଙ୍କୁ କିପରି ପ୍ରଭାବିତ କରିବ ଆସନ୍ତୁ ଜାଣିବା।
ବର୍ତ୍ତମାନ ସୁଦ୍ଧା ଆମେରିକା ସମ୍ବିଧାନର ଚତୁର୍ଦ୍ଦଶ ସଂଶୋଧନ ନିୟମ ଅନୁଯାୟୀ ପିତାମାତାଙ୍କର ନାଗରିକତ୍ୱ ଯାହା ହୋଇଥିଲେ ମଧ୍ୟ ଯଦି ଜଣେ ଶିଶୁ ଆମେରିକାରେ ଜନ୍ମଗ୍ରହଣ କରେ ତେବେ ସେହି ଶିଶୁ ସ୍ୱୟଂଚାଳିତ ଭାବରେ ଆମେରିକାର ନାଗରିକ ହୋଇଯାଏ।
ତେବେ ନୂତନ ନିୟମାବଳୀ ଅନୁଯାୟୀ ଯଦି ଜନ୍ମ ସମୟରେ କୌଣସି ଶିଶୁର ପିତାମାତା ଶିଶୁଟିର ଆମେରିକୀୟ ନାଗରିକତ୍ୱ ପାଇବା ପାଇଁ ଚାହିଁବେ ତାହେଲେ ପିତାମାତାଙ୍କ ମଧ୍ୟରୁ ଜଣକର ଆମେରିକୀୟ ନାଗରିକତ୍ୱ ଥିବା ଆବଶ୍ୟକ। ନଚେତ୍ ସେମାନଙ୍କ ମଧ୍ୟରୁ ଜଣଙ୍କର ଗ୍ରୀନ କାର୍ଡ ରହିଥିବା କିମ୍ବା ସେମାନଙ୍କ ମଧ୍ୟରୁ ଜଣେ ଆମେରିକୀୟ ସେନାରେ ଥିବା ଆବଶ୍ୟକ।
ଏନେଇ ଟ୍ରମ୍ପ କହିଛନ୍ତି ଯେ ଏହି ନିୟମ ଦ୍ୱାରା ‘ବାର୍ଥ ଟୁରିଜିମ’ ଓ ଅବୈଧ ପ୍ରବାସୀ ମାନଙ୍କୁ ରୋକିହେବ। ଆମେରିକାର ନାଗରିକତ୍ୱ ପାଇବା ପାଇଁ ପ୍ରବାସୀମାନେ ଆମେରିକାକୁ ଯାଇ ସନ୍ତାନ ଜନ୍ମ କରିଥାନ୍ତି ଯାହା ଫଳରେ ପିଲାଟିକୁ ସେଠାକାର ନାଗରିକତା ମିଳିଯାଇଥାଏ।
ତେବେ ୨୦୨୩ ମସିହାରେ ୫୯ ହଜାର ଅର୍ଥାତ ୧.୫ % ଭାରତୀୟ ନାଗରିକତା ହାସଲ କରିବା ପାଇଁ ଏହିପରି କରିଛନ୍ତି। ବିଗତ କିଛି ବର୍ଷ ମାନଙ୍କରେ ଏଠାରେ ରହୁଥିବା ୪୮ ଲକ୍ଷରୁ ଅଧିକ ଭାରତୀୟ-ଆମେରିକୀୟ ସମ୍ପ୍ରଦାୟର ପିଲାମାନେ ଏହି ଜନ୍ମଗତ ନିୟମ ଅନୁସାରେ ନାଗରିକତ୍ୱ ହାସଲ କରିଛନ୍ତି। କିନ୍ତୁ ଟ୍ରମ୍ପଙ୍କ ଏହି ନିର୍ଦ୍ଦେଶ ପରେ ଏସବୁକୁ ରୋକାଯାଇ ପାରିବ।
Comments are closed.