କବିତା: କଳାକାହ୍ନୁ ଧନ୍ୟ ତୋର ଲୀଳା

ସାଧନା ପଣ୍ଡା

କଜ୍ଜ୍ୱଳ ଉଜ୍ଜ୍ବଳ କାନ୍ତି କଳେବର
ଶ୍ରୀପତି ଅଧିନାୟକ ,
କମଳ କୋମଳ ନୟନ ଯୁଗଳ
ମନ ଆନନ୍ଦ ଦାୟକ ।୧

କଣ୍ଠେ କଉସ୍ତୁଭ କଟିରେ କିଙ୍କିଣି
ନାକେ ନୋଥ ଜକ ଜକ ,
କିରିଟିରେ କେକି ପୁଚ୍ଛ ଗୁଚ୍ଛ ଗୁନ୍ଥା
ଲଲାଟେ ଚନ୍ଦନ ତିଳକ ।୨

କୁଣ୍ଡଳ କର୍ଣ୍ଣରେ ଦିଶେ ଝକମକ
ଖେଦ ହର ତତକ୍ଷଣିକ,
କାଳେ କାଳେ ଅନ୍ତରାଳେ ଯାଗରୁକ
ପାପ ତାପ ପରିହାରକ।୩

କରୁଣା ସାଗର କରୁଣାରେ ଭର
ଭକତ ହିତରେ ସଦାକ ,
କଟାକ୍ଷରେ କ୍ଷରେ କ୍ଷମା ଅନୁକମ୍ପା
କ୍ଷାଳେ ଖେଦ ତତକ୍ଷଣିକ।୪

କମଳ ନୟନ କାଳିଆ ଅଧର
କିଞ୍ଚିତ କରୁଣା କର,
କାଳିନ୍ଦି ତଟରେ କଳାନିଧିପତି

କାଳକେ କରୁଛୁ ନାଟ ।୫

ସାଧନା ପଣ୍ଡା , ଭୁବନେଶ୍ବର