ଇସଲାମବାଦ: ପାକିସ୍ତାନର ଜଣେ ଯୁବ ଖେଳାଳି ଆତ୍ମହତ୍ୟା କରିଛନ୍ତି । ମାତ୍ର ୨୮ ବର୍ଷ ବୟସରେ ସେ ଆତ୍ମହତ୍ୟା କରିଛନ୍ତି । ଏହି ଯୁବ ଖେଳାଳି ହେଉଛନ୍ତି ମାଜିଦ ଅଲି । ମାଜିଦ ଜଣେ ଟପ ସ୍ନୁକର ପ୍ଲେୟାର । ସେ ଗଛ କଟା ମେସିନ ସାହାଯ୍ୟରେ ଆତ୍ମହତ୍ୟା କରିଥିବା ଜଣାଯାଇଛି ।
ଆଗାମୀ ଏସିଆ କପ ପାକିସ୍ତାନ ଏବଂ ଶ୍ରୀଲଙ୍କା ପକ୍ଷରୁ ମିଳିତ ଭାବେ ଆୟୋଜନ କରାଯାଉଛି । ଏହାର କାର୍ଯ୍ୟସୂଚୀ ମଧ୍ୟ ଜାରି କରାଯାଇ ସାରିଛି । ହେଲେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ପାକିସ୍ତାନ ଟିମକୁ ଲାଗିଛି ଶକ୍ତ ଧକ୍କା । ଏସିଆ କପ ଟିମରେ ସାମିଲ ହୋଇଥିବା ଜଣେ ଟପ ସ୍ନୁକର ପ୍ଲେୟାର ଗୁରୁବାର ଜୀବନ ହାରିଛନ୍ତି । ସେ ପଞ୍ଜାବ (ପାକିସ୍ତାନ)ର ଫୈସଲାବାଦ ନିକଟ ତାଙ୍କର ଘରେ ଆତ୍ମହତ୍ୟା କରିଛନ୍ତି ।
ମାଜିଦ ଜଣେ ଟପ ଲେବଲର ସ୍ନୁକର ପ୍ଲେୟାର ଥିଲେ । ସେ ଏସିଆ ଅଣ୍ଡର -୨୧ ଟୁର୍ଣ୍ଣାମେଣ୍ଟରେ ରୌପ୍ୟ ପଦକ ବିଜେତା ଥିଲେ । ତାଙ୍କର ଏପରି ନିଷ୍ପତ୍ତି ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ପୋଲିସର କହିବା ଅନୁଯାୟୀ, ମାଜିଦ କିଛି ଦିନ ହେବ ଡିପ୍ରେସନରେ ରହୁଥିଲେ । ସେ କାଠକଟା ମେସିନ ସହାଯ୍ୟରେ ଆତ୍ମହତ୍ୟା କରିଛନ୍ତି । ମାଜିଦ ଅନେକ ଅନ୍ତରାଷ୍ଟ୍ରୀୟ ଆୟୋଜନରେ ପାକିସ୍ତାନ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ । ଖୁବ କମ ବସୟରେ ମାଜିଦ ଜଣେ ଜାତୀୟ ସ୍ତରର ଖେଳାଳି ହୋଇପାରିଥିଲେ ।
ମାଜିଦଙ୍କ ଭାଇ କହିଛନ୍ତି, ସେ କିଶୋର ବୟସରେ ଅବସାଦଗ୍ରସ୍ତ ରହୁଥିଲେ । ଏବେ ସେହି ଅବସାଦ ଆହୁରି ବଢି ଯାଇଥିଲା । ତାର ମୃତ୍ୟୁ ଆମ ପାଇଁ ଏକ ଭୟଙ୍କର ଘଟଣା । କାରଣ ଆମେ କେବେ ଭାବି ନ ଥିଲୁ ଯେ ଏମିତି ଆତ୍ମହତ୍ୟା କରିଦେବ ବୋଲି ।
ପାକିସ୍ତାନର ସ୍ନୁକର ଖେଳାଳି ମୁହମ୍ମଦ ବିଲାଲଙ୍କ ଗତ ମାସରେ ହଦଘାତରେ ମୃତ୍ୟୁ ହୋଇଥିଲା ।
Comments are closed.