Latest Odisha News

BREAKING NEWS

ଫିଲ୍ମ ତୋରବାଜ୍‌ରେ ଫେରୁଛନ୍ତି ସଂଜୟ ଦତ୍ତ !

ମୁମ୍ବାଇ: ଚଳିତବର୍ଷ ତିନୋଟି କାରଣକୁ ନେଇ ଚର୍ଚ୍ଚାରେ ରହିଛନ୍ତି ସଂଜୟ ଦତ୍ତ । ପ୍ରଥମତଃ ଫିଲ୍ମ କେଜିଏଫ୍‌-୨ରେ ତାଙ୍କ ୟୁନିକ୍ ଲୁକ୍‌, ଦ୍ୱିତୀୟତଃ ସଡକ-୨ର ବିଫଳତା ଓ ଶେଷରେ ଫୁସ୍‌ଫୁସ୍ କ୍ୟାନ୍ସର ପାଇଁ ଚିନ୍ତାରେ ପଡିଥିଲେ ତାଙ୍କ ଅଗଣିତ ଫ୍ୟାନ୍ । ହେଲେ କ୍ୟାନ୍ସର ସହ ଜୁଝିବା ପରେ ଏବେ ଦର୍ଶକଙ୍କ ନିକଟକୁ ଫେରିବା ପାଇଁ ସଜବାଜ ହେଉଛନ୍ତି ସଂଜୁ ବାବା । ରିଲିଜ୍ ହେବାକୁ ଯାଉଛି ଫିଲ୍ମ ତୋରବାଜ ।

୨୦୧୭ରେ ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇଥିଲା । ଡିସେମ୍ବର ୧୧’ରେ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ଏହା ଦର୍ଶକଙ୍କ ସାମ୍ନାକୁ ଆସିବ । ଫିଲ୍ମରେ ସଂଜୟଙ୍କ ସହ ଅନ୍‌ସ୍କ୍ରିନ୍ ସେୟାର କରିବେ ନର୍ଗିସ୍ ଫାକ୍ରି ।

ଫିଲ୍ମର ଟ୍ରେଲର୍‌କୁ ଖୋଦ ସଂଜୁ ବାବା ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ଏହାର କାହାଣୀ ଆଫଗାନସ୍ତାନର ପ୍ରକୃତ ଚିତ୍ର ଉପରେ ଆଧାରିତ । ଏଥିରେ ସଂଜୁ ବାବାଙ୍କୁ ନାସିର ଖାନଙ୍କ କିର୍ଦାରରେ ଦେଖିବାକୁ ମିଳିବ । ଯିଏ କି ଆଫଗାନିସ୍ତାନର ରିଫ୍ୟୁଜି କ୍ୟାମ୍ପରେ ଥିବା ପିଲାମାନଙ୍କ ଭବିଷ୍ୟତକୁ ସୁଧାରିବା ପାଇଁ କ୍ରିକେଟ୍ ଖେଳର ସାହାରା ନେଇଛନ୍ତି ।

ଫିଲ୍ମ ତୋରବାଜକୁ ବାଦ୍ ଦେଲେ କେଜିଏଫ୍‌-୨ ଓ ରଣବୀର କାପୁରଙ୍କ ସହ ଫିଲ୍ମ ସମସେରାରେ ବି ସଂଜୟ ଦତ୍ତ ନଜର ଆସିବେ । ଅନ୍ୟପଟେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଫିଲ୍ମ ସଡକ୍‌-୨କୁ ମିଳିଥିଲା ନକରାତ୍ମକ ପ୍ରତିକ୍ରିୟା । ଏଭଳି ସ୍ଥିତିରେ ଫିଲ୍ମ ତୋରବାଜକୁ ନେଇ ଦର୍ଶକଙ୍କ ପ୍ରତିକ୍ରିୟା କିଭଳି ରହିବ, ସେ ନେଇ ଉଠିଛି ଅନିଶ୍ଚିତତାର ପ୍ରଶ୍ନ ।

Leave A Reply

Your email address will not be published.