ଭୁବନେଶ୍ବର: ଓଡ଼ିଶା ଖଣି ନିଗମ (ଓଏମସି) ୨୦୨୫-୨୬ ଆର୍ଥିକ ବର୍ଷରେ ଏକ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛି । ଉନ୍ନତ କାର୍ଯ୍ୟପ୍ରଣାଳୀ, ଉତ୍ତମ ସମନ୍ୱୟ ଏବଂ ଲକ୍ଷ୍ୟ କୈନ୍ଦ୍ରୀକ କାର୍ଯ୍ୟସମ୍ପାଦନ ଦ୍ୱାରା ଖଣିଗୁଡ଼ିକ ନିଜର ଉତ୍ପାଦନର ଲକ୍ଷ୍ୟ ହାସଲ କରିପାରିଛନ୍ତି ।
ରିପୋର୍ଟ ମୁତାବକ, ମୋଟ ୪୪.୮୨ ମିଲିଅନ୍ ଟନ୍ ଖଣିଜ ଉତ୍ପାଦନ ସହିତ,ସର୍ବାଧିକ ଉତ୍ପାଦନର ରେକର୍ଡ ସୃଷ୍ଟି ହୋଇଛି । ଏହି ଆର୍ଥିକ ବର୍ଷରେ ଲୌହ ଧାତୁ ଉତ୍ପାଦନ ୪୦.୦୨ ମିଲିଅନ୍ ଟନ୍ ହୋଇଥିବା ବେଳେ ପୂର୍ବବର୍ଷ ତୁଳନାରେ ୧୨.୦୬% ବୃଦ୍ଧି ପାଇଛି ।
ଏହି ବର୍ଷରେ କ୍ରୋମ ଧାତୁ ଉତ୍ପାଦନ ୧.୬୯ ମିଲିଅନ୍ ଟନ୍ ଓ ବକ୍ସାଇଟ୍ ଉତ୍ପାଦନ ୨.୮୩ ମିଲିଅନ୍ ଟନରେ ପହଞ୍ଚିଛି ।
୨୦୨୫-୨୬ ଆର୍ଥିକ ବର୍ଷରେ ସମୁଦାୟ ଖଣିଜ ବିକ୍ରୟ ୪୨.୫୨୪ ମିଲିଅନ୍ ଟନ୍ ହୋଇଥିବାରୁ ନିଗମ ପ୍ରାୟ ୨୫ ହଜାର ୩୦୦ କୋଟି ସର୍ବାଧିକ ଆୟ ଅର୍ଜନ କରିଛି । ଏହାଦ୍ବାରା ରାଜ୍ୟରେ ଶିଳ୍ପ ଇକୋସିଷ୍ଟମ ଗଠନ ଏବଂ ରାଜ୍ୟ ଓ ଦେଶର ଆର୍ଥିକ ଉନ୍ନତିକୁ ଗତିଶୀଳ କରିବାରେ ନିଗମର ପ୍ରୟାସ ସଫଳ ହେଉଛି ।