Latest Odisha News

BREAKING NEWS

କେରଳରେ ବୁଡିଗଲା ଯାତ୍ରିବାହୀ ଡଙ୍ଗା, ମୃତ୍ୟୁ ସଂଖ୍ୟା ଛୁଇଁଲା ୧୫

ଥିରୁଅନନ୍ତପୁରମ: କେରଳର ମାଲାପୁରାମ ଜିଲ୍ଲାର ତନୁର ନିକଟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ସ୍କୁଲ ପିଲାଙ୍କୁ ନେଇ ବୁଲିବାକୁ ଯାଇଥିବା ଡଙ୍ଗା ଓଲଟି ପଡ଼ିବା ପରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ଉଦ୍ଧାର କାର୍ଯ୍ୟ ଚାଲିଛି। ମନ୍ତ୍ରୀ ଭି ଅବଦୁରାହମାନ ଏହି ଘଟଣା ବାବଦରେ ସୁନିଶ୍ଚିତ କରିଛନ୍ତି ଏବଂ ସୂଚନା ଦେଇଛନ୍ତି ଯେ କେରଳର ମାଲାପୁରାମ ଜିଲ୍ଲା ଡଙ୍ଗା ବୁଡ଼ି ମୃତ୍ୟୁ ସଂଖ୍ୟା ୧୫ କୁ ବୃଦ୍ଧି ପାଇଛି। ଏହି ଘଟଣାରେ କେରଳ ସରକାର ତଦନ୍ତ ନିର୍ଦ୍ଧେଶ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। କେରଳର ମାଲାପୁରମ୍ ଠାରେ ଡଙ୍ଗା ଦୁର୍ଘଟଣାରେ ଲୋକଙ୍କ ମୃତ୍ୟୁ ଆଘାତ ଦେଇଛି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହିତ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ମୃତକଙ୍କ ସମ୍ପର୍କୀୟଙ୍କୁ।

ରବିବାର ସନ୍ଧ୍ୟାରେ କେରଳର ମାଲାପୁରାମ ଜିଲ୍ଲାର ତନୁର ଅଞ୍ଚଳର ଟୁଭାଲାଥିରାମ ବେଳାଭୂମିରେ ପ୍ରାୟ ୩୦ ଜଣ ଯାତ୍ରୀଙ୍କୁ ନେଇ ଏକ ଘରୋଇ ଡଙ୍ଗା ବୁଡ଼ିଯିବା ଫଳରେ ଅତି କମରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ସୂଚନା ରହିଛି। ପର୍ଯ୍ୟଟନ ମନ୍ତ୍ରୀ ପିଏ ମହମ୍ମଦ ରିୟାସଙ୍କ ସହ ଉଦ୍ଧାର କାର୍ଯ୍ୟକୁ ସଂଯୋଜନା କରୁଥିବା କେରଳ କ୍ରୀଡା ମନ୍ତ୍ରୀ ଭି ଅବଦୁରାହିମାନ କହିଛନ୍ତି ଯେ ଏହି ଦୁର୍ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଏମାନଙ୍କ ମଧ୍ୟରୁ ଅଧିକାଂଶ ସ୍କୁଲ ଛୁଟି ସମୟରେ ବୁଲିବାକୁ ଆସିଥିବା ପିଲାମାନେ ରହିଛନ୍ତି।

ସେ କହିଛନ୍ତି, “ଅଧିକ ପୀଡିତ ବ୍ୟକ୍ତି ଡଙ୍ଗା ତଳେ ଫସି ରହିଛନ୍ତି ଏବଂ ସେମାନଙ୍କୁ ଉଦ୍ଧାର କରିବାକୁ ପଡିବ। ଡଙ୍ଗାଟି ବୁଡ଼ି ଯାଇଥିଲା। ଏହାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ପୋଲିସ ତଦନ୍ତ କରିବ।”

Leave A Reply

Your email address will not be published.