Latest Odisha News

BREAKING NEWS

ଦନ୍ତେଓ୍ୱାଡା ନକ୍ସଲ ଆକ୍ରମଣ ଘଟଣାରେ ୪ ମାଓବାଦୀ ସହ ୩ ନାବାଳକ ଗିରଫ

ରାୟପୁର: ଗତ ଏପ୍ରିଲ ୨୬ ତାରିଖରେ ଦନ୍ତେଓ୍ୱାଡା ଜିଲ୍ଲାର ଆରନପୁରରେ ହୋଇଥିବା ଆଇଇଡି ବିସ୍ଫୋରଣରେ ୧୦ ଡିଆରଜି ଯବାନ ସହିଦ ହୋଇଥିବା ବେଳେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲାରେ ଛତିଶଗଡ଼ ପୁଲିସ ୪ ଜଣ ମାଓବାଦୀଙ୍କୁ ଗିରଫ କରିବା ସହ ୩ ଜଣ ନାବାଳକଙ୍କୁ ଗିରଫ କରିଛି।

ଦନ୍ତେଓ୍ୱା଼ଡାର ଏସପି ସିଦ୍ଧାର୍ଥ ତିଓ୍ୱାରୀ କହିଛନ୍ତି, ନିଷିଦ୍ଧ ସିପିଆଇ (ମାଓବାଦୀ) ସଙ୍ଗଠନର ଦରଭା ଡିଭିଜନର ମାଲାଙ୍ଗିର ଏରିଆ କମିଟିର ମିଲିସିଆ ସଦସ୍ୟ ଭାବେ ଏହି ଚାରି ଅଭିଯୁକ୍ତ ସକ୍ରିୟ ଥିଲେ। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗିରଫ ହୋଇଥିବା ନାବାଳକମାନେ ପୁଲିସ ଗତିବିଧି ସମ୍ପର୍କରେ ମାଓବାଦୀମାନଙ୍କୁ ତଥ୍ୟ ପ୍ରଦାନ କରିଥିଲେ।

ଗୋଟିଏ ପଟେ, ସରକାର ଏହି ଅଞ୍ଚଳର ପିଲାଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ଓ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ଯାଇ  ସ୍କୁଲ ଓ କଲେଜ ବ୍ୟବସ୍ଥା କରୁଛନ୍ତି। ସେହିପରି ଦନ୍ତେଓ୍ୱାଡାର ପିଲାଙ୍କ ଭବିଷ୍ୟତକୁ ସୁନିଶ୍ଚିତ କରିବା ପାଇଁ ଖାଦ୍ୟ ଏବଂ ଅନ୍ୟାନ୍ୟ ବିକାଶ କାମ ମଧ୍ୟ ହେଉଛି। ହେଲେ ସେପଟେ ମାଓବାଦୀମାନେ ଛୋଟପିଲାଙ୍କୁ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ବ୍ୟବହାର କରୁଛନ୍ତି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

ଏପ୍ରିଲ ୨୬ ତାରିଖ ରାତି ପ୍ରାୟ ୧ଟା ୨୦ରେ ଅରନପୁର ରାସ୍ତାର ପେଡକା ଛକ ନିକଟରେ ଡିଆରଜି ଯବାନଙ୍କ ମାଓ ବିରୋଧୀ ଅପରେସନ ଶେଷ କରି ଫେରୁଥିବା ବେଳେ ଆଇଇଡି ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ଦୁଇ ଜଣ ମାଓବାଦୀ ଧରାପଡ଼ିଥିଲେ।

ସେମାନେ ଯାଉଥିବା ଗାଡ଼ିକୁ ଅରଣପୁର ରାସ୍ତାରେ କିଛି ପିଲା ସ୍ଥାନୀୟ ପର୍ବପର୍ବାଣୀ ପାଇଁ ଗାଡ଼ି ପାରି ହେବା ବେଳେ ଚାନ୍ଦା ଆଦାୟ କରିବା ପାଇଁ ବାଧ୍ୟ କରିଥିଲେ। ପରେ ଯବାନଙ୍କ ଗାଡ଼ିଟି ଧୀରେଧୀରେ ଚାଲିଥିଲା । ଏହା ଏକ ସାଧାରଣ କଥା। ପୋଲିସ ସୂତ୍ରରୁ ପ୍ରକାଶ ଯେ ଏହା ମାଓବାଦୀଙ୍କ ଯୋଜନାର ଏକ ଅଂଶ ଥିଲା ବୋଲି ଦୃଢ଼ ସନ୍ଦେହ ହେଉଛି। ଆଇଇଡି ବିସ୍ଫୋରଣ ପାଇଁ ମାଓବାଦୀମାନେ ଅତିକମରେ ତିନିଟି ଡିଟୋନେଟର ବ୍ୟବହାର କରିଥିଲେ, ଯାହା ବିସ୍ଫୋରଣର ସର୍ବାଧିକ ପ୍ରଭାବ ପକାଇଥିଲା ବୋଲି ପୋଲିସକୁ ସୂଚନା ମିଳିଛି।

Leave A Reply

Your email address will not be published.