କନ୍ଧମାଳ: ଗୁରୁବାର ରାତିରେ କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ପୋଲିସ ସୀମା ଅନ୍ତର୍ଗତ କାଲିଙ୍ଗା ଘାଟିରେ ଏକ ବସ୍ ଓଲଟି ପଡିବାରୁ ଅତି କମରେ ୩୦ ଜଣ ଲୋକ ଆହତ ହୋଇଛନ୍ତି।
ଆହତମାନେ ବ୍ରହ୍ମପୁର ଏମଥକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲ, ଫୁଲବାଣୀ ଜିଲ୍ଲା ହେଡ କ୍ୱାର୍ଟର୍ସ ହସ୍ପିଟାଲ ଏବଂ ଜି.ଉଦୟଗିରି ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ସୂଚନା ମୁତାବକ ଟୁରିଷ୍ଟ ବସ୍ ‘ରନିତ୍’ ପିକନିକ୍ ପାଇଁ ପଶ୍ଚିମବଙ୍ଗର ହଳଦିଆରୁ ଓଡିଶାର ଦାରିଙ୍ଗବାଡି ଅଭିମୁଖେ ପ୍ରାୟ ୬୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା। ଏହି ଘଟଣା ଆନ୍ଧ୍ରକୋଟ ନିକଟ କାଲିଙ୍ଗା ଘାଟ ରାସ୍ତାରେ ଘଟିଛି।
Comments are closed.