Latest Odisha News

BREAKING NEWS

ମା’ ସମଲେଶ୍ୱରୀ ମନ୍ଦିରରୁ ଟୁରିଷ୍ଟ ବସ୍ ସେବାର ଶୁଭାରମ୍ଭ

ସମ୍ୱଲପୁର: ମା’ ସମଲେଶ୍ୱରୀଙ୍କ ମନ୍ଦିରରୁ ଆରମ୍ଭ ହେଲା ଟୁରିଷ୍ଟ ବସ୍ ସେବା । ଏହି ବସ୍‌ ସେବାର ଆଜି ଶୁଭାରମ୍ଭ କରିଛନ୍ତି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର । ପ୍ରତି ରବିବାର ଏହି ବସ୍‌ରେ ସମଲେଶ୍ୱରୀ ବୁଲି ପାରିବେ ପର୍ଯ୍ୟଟକ । ଏହାସହ ହୀରାକୁଦ, ଘଣ୍ଟେଶ୍ୱରୀ ଓ ଡେବରିଗଡ଼ ବୁଲି ପାରିବେ ।
ଏଥିପାଇଁ ଓଟିଡିସି ପକ୍ଷରୁ ବସ୍ ସେବାର ଶୁଭାରମ୍ଭ କରାଯାଇଛି । ଶୁଭାରମ୍ଭ କାର୍ଯ୍ୟକ୍ରମରେ ଶ୍ରୀୟମୀ ମିଶ୍ରଙ୍କ ସହ ଉପସ୍ଥିତ ଥିଲେ ସମ୍ୱଲପୁରର  ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ।  ପଶ୍ଚିମ ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରର ପ୍ରଚାର ପ୍ରସାର ଓ ବିକାଶ ଦିଗରେ ସହାୟକ ହେବ ।

Leave A Reply

Your email address will not be published.