ସମ୍ବଲପୁରୀ: ଦେଶ ବିଦେଶରେ ସମ୍ବଲପୁର ଜିଲ୍ଲା ତାହାର ସମ୍ବଲପୁରୀ ଶାଢୀ ପାଇଁ ପ୍ରସିଦ୍ଧି ଲାଭ କରିଛି । ସମ୍ବଲପୁର ଜିଲ୍ଲାର ଐତିହାସିକ ପୃଷ୍ଠା ଅନୁଧ୍ୟାନ କଲେ ଏଥିରେ ଭାରତୀୟ ସ୍ଵାଧୀନତା ସଂଗ୍ରାମୀ ମାନଙ୍କର ଦେଶ ପ୍ରତି ଥିବା ଆତ୍ମ ବଳିଦାନର କାହାଣୀ ନିହିତ ଅଛି । ପାମ୍ପେ ରଚିତ ପୁସ୍ତକ ରେ ବର୍ତମାନର ସମ୍ବଲପୁର ସହରଟି ମାନଦା ନଦୀ କୁଳସ୍ଥିତ ସମ୍ବଳକ ନାମରେ ପରିଚିତ ଥିଲା । ପରବର୍ତୀ ପର୍ଯାୟରେ ସମ୍ବଲପୁର ଜିଲ୍ଲାଟି ସ୍ଵତନ୍ତ୍ର ଭାବରେ ଚାରି ଗୋଟି ଜିଲ୍ଲା ରେ ବିଭକ୍ତ ହୋଇଛି ।
ସମ୍ବଲପୁର ପ୍ରାଚୀନ କାଳରେ ହିରାଖଣ୍ଡ ନାମରେ ଜଣା ଯାଉଥିଲା । ଟୋଲେମି ଏହି ଅଞ୍ଚଳକୁ ସମ୍ବାଳକ ରୂପେ ବର୍ଣନା କରିଛନ୍ତି । ଇଂରାଜୀ ଇତିହାସକାର ଏଡୱାର୍ଡ ଗିବ୍ସନ ଓ ଫ୍ରେଞ୍ଚ ଯାତ୍ରୀ ତାଭେରନୀରଙ୍କ ଅନୁସାରେ ସମ୍ବଲପୁର ରୁ ରୋମ କୁ ହୀରା ରପ୍ତାନି କରାଯାଉଥିଲା ।
ପ୍ରାକୃତିକ ଶୋଭରାଜିରେ ଭରପୁର ଏହି ଜିଲ୍ଲାରେ ପ୍ରକୃତିର ରହିଛି ବିଶେଷ ଆର୍ଶୀବାଦ । ସବୁଜିମା ଭରା ଏହି ସହରର ଉପରେ ରହିଛି ପ୍ରଖ୍ୟାତ ଠାକୁରାଣୀ ମା’ ସମଲେଶ୍ବରୀଙ୍କ କରୁଣା ବୋଳା ହାତ । ତା ସାଙ୍ଗକୁ ସର୍ବ ବୃହତ୍ତ ମାଟି ବନ୍ଧ ହୀରାକୁଦ ମାଡ଼ ଏଠାରେ ଅବସ୍ଥିତ ।
ଅଧିଷ୍ଠାତ୍ରୀ ଦେବୀ ମା’ସମଲେଶ୍ବରୀ:
ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ଏବଂ ପଶ୍ଚିମ ଓଡିଶାର ପ୍ରତ୍ୟକ୍ଷ ଦେବୀ ମାଆ ସମଲେଶ୍ବରୀ । ପୁରାତନକାଳରୁ ଦେବୀ ମାଁ ସମ୍ବଲେଶ୍ଵରୀ ମହାନଦୀର କୂଳେ ଜଗତଜନନୀ, ଆଦିଶକ୍ତି, ମହାଲକ୍ଷ୍ମୀ ଓ ମହାସରସ୍ଵତୀ ରୂପେ ପୂଜା ପାଇ ଆସୁଛନ୍ତି । ଏହି ଅଞ୍ଚଳ ଏକ ଉତ୍କୃଷ୍ଠ ସଂସ୍କୃତି ଓ ଐତିହ୍ୟ ପାଇଁ ଜଣାଶୁଣା ।
ରାମାୟଣ କଥାବସ୍ତୁରେ ମହୀରାବଣ ଲଙ୍କାଗଡ଼ର ଅଧିଷ୍ଠାତ୍ରୀ ଦେବୀ ଲଙ୍କେଶ୍ୱରୀଙ୍କ ନିକଟରେ ବଳିଦେବାକୁ ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ନେଇ ଯାଇଥିଲେ । ସେଠାରେ ହନୁମାନ କୌଶଳକ୍ରମେ ଲଙ୍କେଶ୍ୱରୀ ଦେବୀଙ୍କୁ ପରାହତ ଓ ମହୀରାବଣଙ୍କୁ ଅସ୍ତ୍ରାଘାତ କରି ରାମଲକ୍ଷ୍ମଣଙ୍କୁ ଉଦ୍ଧାର କରିଥିଲେ । ଏହି ଅପମାନ ସହ୍ୟକରି ନ ପାରି ଲଙ୍କେଶ୍ୱରୀ ସେହି ସ୍ଥାନ ତ୍ୟାଗକରି ସମଲେଶ୍ୱରୀ ନାମ ଧାରଣ କରି ସମ୍ବଲପୁରରେ ଅବସ୍ଥାନ କଲେ ।
ବିଜୟା ଦଶମୀ ଆଗରୁ ୯ ଦିନ ଧରି ମନ୍ଦିରରେ ନବରାତ୍ର ପୂଜା କରାଯାଏ । ଏହି ୯ ଦିନ ପାଇଁ ଅନେକ ଭକ୍ତ ଅଖଣ୍ଡ ଦୀପ ପ୍ରଜବାନ କରନ୍ତି । ଏହି ସବୁ ଦୀପକୁ ଭକ୍ତଙ୍କ ନାମ ଲେଖା ଯାଇ ଏକ ବଡ ପ୍ରକୋଷ୍ଠରେ ରଖା ଯାଇ ଥାଏ ଓ ସେଥିରେ ଘୃତ ଅବିରାମ ଭାବେ ଦିଆ ଯାଉଥାଏ ଯେପରି ଦୀପ ନ ଲିଭିବ । ଭକ୍ତ ମାନଙ୍କର ବିଶ୍ୱାସ ଯେଉଁ ମାନସିକ କରି ଦୀପ ସ୍ଥାପନା କରନ୍ତି ମାଁ ସମଲେଶ୍ୱରୀ ତାକୁ ନିଶ୍ଚୟ ପୂରଣ କରନ୍ତି ।
ଘଣ୍ଟେଶ୍ୱରୀ ମନ୍ଦିର:
ଏହା ସମ୍ବଲପୁରର ଏକ ପବିତ୍ର ଏବଂ ମନୋରମ ସ୍ଥାନ । ନାମ ଅନୁସାରେ ଏହି ମନ୍ଦିରର ର ସବୁ ସ୍ଥାନରେ ଘଣ୍ଟି ଝୁଲୁଥାଏ । ଲୋକମାନେ ଏହି ମନ୍ଦିରରେ ନିଜ ମନା ଇଛା ପୂରଣ ପାଇଁ ମାଁଙ୍କୁ ଘଣ୍ଟି ଅର୍ପଣ କରିଥାନ୍ତି । ରାଜ୍ୟର ବିଭିନ୍ନ ଭାଗ ରୁ ଅନେକ ଭକ୍ତ ଏହି ମନ୍ଦିର କୁ ମାଁଙ୍କ ଦର୍ଶନ ପାଇଁ ଆସିଥାନ୍ତି । ସାରା ଓଡିଶାରେ ଏହି ଜାଗାରେ ଏତେ ମାତ୍ରାରେ ଘଣ୍ଟି ଅର୍ପଣ କରାଯାଏ । ଏହା ସମ୍ବଲପୁରର ଦକ୍ଷିଣ-ପୂର୍ବ ଦିଗରେ ୩୩କି.ମି. ଦୂରରେ ଅବସ୍ଥିତ । ଏହା ଅତୀତରେ ବତୀଘର ତୁଲ୍ୟ କାର୍ଯ୍ୟ କରୁଥିଲା ।
ପ୍ରାଚୀନ କାଳରେ ଏଠାରେ ଝୁଲା ହୋଇଥିବା ପ୍ରକାଣ୍ଡକାୟ ଘଣ୍ଟି ପବନରେ ସ୍ଵତ ବାଜି ଉଠୁଥିଲା ଏବଂ ସେହି ଶବ୍ଦ କୁ ଲକ୍ଷ କରି ଲୋକେ ଏହି ସ୍ଥାନ ବିଷୟରେ ସଠିକ ସୂଚନା ପାଇପାରୁଥିଲେ । ଏହି ସ୍ଥାନଟି ମହାନଦୀ ର ୩ ଟି ସ୍ରୋତର ସମାହାର ଏଠାରେ ଭଉଁରୀ ସୃଷ୍ଟି କରେ । ଏହି କାରଣରୁ ଏହା ପାଖଦେଇ ଯାଉଥିବା ନୌକାମାନେ ବୁଡି ଯାଉଥିଲା । ହୀରାକୁଦ ବନ୍ଧର ନିର୍ମାଣ ପରେ ଏହି ସ୍ଥାନ ଟି ସୁରକ୍ଷିତ ହୋଇପାରିଛି ।
ହୁମା, ଶିବ ଭଗବାନଙ୍କ ବକ୍ର ମନ୍ଦିର:
ସମ୍ବଲପୁରର ସହରରୁ ୨୩ କି.ମି. ଦୂରରେ ଭଗବାନ ଶିବଙ୍କ ଏହି ବକ୍ର ମନ୍ଦିରଟି ଅବସ୍ଥିତ । ସମ୍ବଲପୁରର ପଞ୍ଚମ ରାଜା ବଳିଆର ସିଂହଙ୍କ ରାଜତ୍ଵ କାଳରେ ଏହି ମନ୍ଦିରଟି ନିର୍ମାଣ କରଯାଇଥିଲା । ‘ବିମଲେଶ୍ଵର’ ବାବଙ୍କ ଦର୍ଶନ ସମେତ ସନ୍ନିକଟସ୍ଥ ମହାନଦୀରେ ଥିବା ଏକ ବିଶେଷ ଧରଣର ମାଛ ‘କୁଡ଼ୋ’ ଏହି ସ୍ଥାନ ର ଆକର୍ଷଣ ର କେନ୍ଦ୍ରବିନ୍ଦୁ ।
ଗୁଦଗୁଦା ଝରଣା:
ଗୁଦଗୁଦା ଗୁଦା ଜିଲ୍ଲାର ପ୍ରମୁଖ ଦର୍ଶନୀୟ ସ୍ଥାନ ମାନଙ୍କରୁ ଅନ୍ୟତମ । ଏହା ଯଦିଓ ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ , ପଡୋଶୀ ଦେବଗଡ , ଝାରସୁଗୁଡା ,ତଥା ରାଉରକେଲା ରୁ ଅଧିକ ସଂଖ୍ୟକ ଲୋକ ଏଠାକୁ ବୁଲିବାକୁ ଆସିଥାନ୍ତି । ଝରୁସୁଗୁଡା ଠାରୁ ପ୍ରାୟ ଘ୧.୩୦ ମି ର ଦୂରତା ରେ ସ୍ଥାନଟି ଅବସ୍ଥିତ । ସ୍ଥାନ ଟି ଘଞ୍ଚ ସବୁଜ ବନାନୀ ରେ ପରିପୂର୍ଣ । ଗୁୁୁଦଗୁଦା ରେ ପହଞ୍ଚିବା ପୂର୍ବରୁ ରାସ୍ତାର ଉଭୟ ପାର୍ଶ୍ଵରେ ଆମ୍ବ ଓ ଲିଚୁ ର ବୀସ୍ତିର୍ଣ୍ଣ ବଗିଚା ଦେଖିବାକୁ ପାଇବେ । ଅନେକ ରକମର ପକ୍ଷୀଙ୍କ କାକଳୀ ଏବଂ ଜଳ ଜଳପ୍ରପାତ ର କଳକଳ ନାଦ ରେ କେହିବି ବିମୋହିତ ହୋଇପଡିବେ ।
ଏହି ସ୍ଥାନଟି ପର୍ବତାରୋହଣ ପାଇଁ ମଧ୍ୟ ଉପଯୁକ୍ତ । ନିଜର ବ୍ୟସ୍ତ ବହୁଳ ଜୀବନରୁ ସାମୟିକ ବିରତି ପାଇଁ ସ୍ଥାନଟି ଅତ୍ୟନ୍ତ ମନୋରମ ।
ହୀରାକୁଦ ନଦୀବନ୍ଧ:
ମହାନଦୀ କୂଳରେ ସମ୍ବଲପୁର ରୁ ମାତ୍ର ୧୫ କି.ମି ଦୂରରେ ଅବସ୍ଥିତ ବିଶ୍ଵର ସବୁଠାରୁ ବଡ ମାଟିରେ ତିଆରି ନଦୀବନ୍ଧ । ଏହାର କ୍ଷେତ୍ରଫଳ ୧୩୩୦୯୦ ବର୍ଗ କି.ମି, ଯାହା ଶ୍ରୀଲଙ୍କାର କ୍ଷେତ୍ରଫଳର ଦୁଇ ଗୁଣରୁ ବି ଅଧିକ । ହୀରାକୁଦ ନଦୀବନ୍ଧ ରେ ବ୍ୟବହାର କରାଯାଇଥିବା ମାଟି, ସିମେଣ୍ଟ ଓ କଂକ୍ରିଟ ସାମଗ୍ରୀ, କାଶ୍ମୀର ଠାରୁ କନ୍ୟାକୁମାରୀ ଏବଂ ପଞ୍ଜାବଠୁ ଆସାମ ଯାଏଁ ୮ ମିଟର ଓସାର ରା ରାସ୍ତା ତିଆରି କରିବାକୁ ପର୍ଯ୍ୟାପ୍ତ ।
ଏହି ନଦୀବନ୍ଧ ଦ୍ଵାରା ସୃଠ ଜଳାଶୟ ଏସିଆର ସର୍ବ ବୃହତ କୁତ୍ରିମ ସରୋବର, ଯାହାର କ୍ଷେତ୍ରଫଳ ୭୪୬ ବର୍ଗ କି.ମି. । ୨୧ କି. ମି. ଦୀର୍ଘ ଏହି ବନ୍ଧର କୂଳେ କୂଳେ ଯାତ୍ରା କଲେ ପ୍ରକୃତିର ଶାନ୍ତ ଓ ପ୍ରଭାବଶାଳୀ ଅନୁଭୂତି ପ୍ରାପ୍ତ ହୋଇଥାଏ । ହୀରାକୁଦ ନଦୀବନ୍ଧ ର ଗାନ୍ଧୀ ମିନାର ଓ ଜବାହାର ମିନାରରୁ ହୀରାକୁଦ ଜଳାଶୟର ଅଦ୍ଭୁତ ଦୃଶ୍ୟ ଓ ବ୍ୟାପକତା ଦେଖାଯାଏ ।
Comments are closed.