ଭୁବନେଶ୍ୱର: ଉତ୍ତର ଭାରତରେ ହେଉଥିବା ଘନ କୁହୁଡିକୁ ଦୃଷ୍ଟିରେ ରଖି କନେକ୍ଟିଂ ଟ୍ରେନ ବିଳମ୍ବରେ ଚଳାଚଳ କରୁଥିବା ଯୋଗୁଁ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍ ଓ ପୁରୀ-ହରିଦ୍ୱାର କଳିଙ୍ଗ ଉତ୍କଳ ଏକ୍ସପ୍ରେସର ସମୟରେ ପରିବର୍ତ୍ତନ କରାଯାଇଛି ।
ପୂର୍ବତଟ ରେଳବାଇ(ଇସିଓଆର)ର ସୂଚନାନୁଯାୟୀ ୧୮୪୭୭ ପୁରୀ-ହରିଦ୍ୱାର କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍ ପୁରୀରୁ ସୋମବାର ରାତି ୮ଟା ୫୦ମି. ବଦଳରେ ରାତି ୧୧ଟାରେ ଛାଡିବ ।
ସେହିପରି ୨୨୮୨୩ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍ ମଙ୍ଗଳବାର ସକାଳ ୯ଟା ୩୦ମି. ବଦଳରେ ଭୁବନେଶ୍ୱରରୁ ୪ଟା ୩୦ମି.ରେ ଛାଡିବ ।