ପୁରୀ: ପୁରୀକୁ ପର୍ଯ୍ୟଟକଙ୍କ ଛୁଟୁଛି ସୁଅ । ମହାପ୍ରଭୁଙ୍କ ଦର୍ଶନ ସହ ସମୁଦ୍ରରେ ସ୍ନାନ କରିଛନ୍ତି । ତେବେ ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ି ଯାଇଥିଲେ ପର୍ଯ୍ୟଟକ । ଚୈତନ୍ୟ ଛକ ସମ୍ମୁଖ ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ି ଯାଇଥିଲେ ।ସମୁଦ୍ର ଭିତରକୁ ଲମ୍ଫ ଦେଇ ୪ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛନ୍ତି ଲାଇଫଗାର୍ଡ । ଫଳରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି ।
ଉଦ୍ଧାର ୪ ପର୍ଯ୍ୟଟକଙ୍କ ଘର ପଶ୍ଚିମବଙ୍ଗ ହୋଇଥିବା ସୂଚନା ରହିଛି ।
ସୂଚନା ଅନୁଯାୟୀ ୪ ଜଣ ପର୍ଯ୍ୟଟକ ସୋମବାର ଅପରାହ୍ନରେ ସ୍ନାନ କରୁଥିବା ବେଳେ ଏକ ବଡ଼ ଲହଡିରେ ସମୁଦ୍ର ଭିତରକୁ ଭାସି ଯାଇଥିଲେ । ସେଠାରେ ଉପସ୍ଥିତ ଥିବା ଲାଇଫଗାର୍ଡମାନେ ସମୁଦ୍ର ମଧ୍ୟକୁ ଯାଇ ଭାସିଯାଉଥିବା ପର୍ଯ୍ୟଟକମାନଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ ।