Latest Odisha News

BREAKING NEWS

କାଲି ଶାମ୍ବ ଦଶମୀ: ବିନା ଏଣ୍ଟ୍ରି ଫି’ରେ ସୂର୍ଯ୍ୟ ମନ୍ଦିର ବୁଲିବେ ପର୍ଯ୍ୟଟକ

କୋଣାର୍କ: ଶାମ୍ବଦଶମୀରେ ମାଗଣାରେ ସୂର୍ଯ୍ୟ ମନ୍ଦିରକୁ ପ୍ରବେଶ କରିବେ ପର୍ଯ୍ୟଟକ। ଗୁରୁବାର ଶାମ୍ବଦଶମୀ ଅବସରରେ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିବାକୁ ଆସିଥିବା ପର୍ଯ୍ୟଟକମାନଙ୍କ ନିମନ୍ତେ ପ୍ରବେଶ ଶୁଳ୍କ  ଛାଡ କରାଯାଇଥିବା ଏଏସ୍‌ଆଇ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ପବିତ୍ର ଶାମ୍ବଦଶମୀ ଅବସରରେ ଏଏସଆଇ କର୍ତୃପକ୍ଷଙ୍କ ଷ୍ଟାଣ୍ଡିଂ ସରକାରୀ ନିର୍ଦେଶନାମା ମୁତାବକ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ପର୍ଯ୍ୟଟକ ଓ ଜନସାଧାରଣମାନଙ୍କ ନିମନ୍ତେ ଏଣ୍ଟ୍ରି ଫି ଛାଡ କରାଯାଇଛି।

ପ୍ରକାଶ ଥାଉକି ସୂର୍ଯ୍ୟ ମନ୍ଦିର ପରିଦର୍ଶନ ନିମନ୍ତେ ପର୍ଯ୍ୟଟକ ଓ ଜନସାଧାରଣମାନଙ୍କ ନିମନ୍ତେ ନିର୍ଦ୍ଧାରିତ ଶୁଳ୍କ ଦେଇ ପର୍ଯ୍ୟଟକମାନେ ପ୍ରବେଶ କରିଥାନ୍ତି। ମାତ୍ର କୋଣାର୍କ ସୁରକ୍ଷା ସମିତିର କର୍ମକର୍ତ୍ତାମାନଙ୍କ ନିରବଛିନ୍ନ ଆନ୍ଦୋଳନ କାରଣରୁ ୨୦୦୦ ମସିହା ଠାରୁ କେନ୍ଦ୍ର ସରକାରଙ୍କ ଏଏସଆଇ କର୍ତୃପକ୍ଷଙ୍କ ପକ୍ଷରୁ ପ୍ରତିବର୍ଷ ଶାମ୍ବଦଶମୀ, ମାଘ ଶୁକ୍ଲ  ସପ୍ତମୀ ଓ ବିଶ୍ବ ଐତିହ୍ୟ ଦିବସ ଅବସରରେ ପର୍ଯ୍ୟଟକମାନଙ୍କ ପାଇଁ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି।

ତେବେ ଏହି ଅବସରରେ ଓଡିଶା ତଥା ଓଡ଼ିଶା ବାହାରର ପର୍ଯ୍ୟଟକ, ଜନସାଧାରଣ ଓ ଛାତ୍ରଛାତ୍ରୀମାନେ ଶାମ୍ବ ଦଶମୀ ଅବସରରେ ବିନା ପ୍ରବେଶ ଶ୍ଲୁକରେ ଗୁରୁବାର ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିପାରିବେ ବୋଲି ଏଏସଆଇ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.