Latest Odisha News

ଶ୍ରୀକ୍ଷେତ୍ରରେ ଚାଞ୍ଚଲ୍ୟ, ହୋଟେଲ ରୁମରୁ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର

ପୁରୀ : ଶ୍ରୀକ୍ଷେତ୍ରରେ ପୁଣି ଚାଞ୍ଚଲ୍ୟ । ପୁରୀ ସମୁଦ୍ରକୂଳରେ ଥିବା ଏକ ହୋଟେଲରେ ପର୍ଯ୍ୟଟକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି । ହୋଟେଲରେ ପୋଲିସ ପହଁଞ୍ଚି ମୃତଦେହ ଜବତ କରିଛି । ମୃତକ ପର୍ଯ୍ୟଟକ ଜଣକ ପଶ୍ଚିମବଙ୍ଗର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ରୁମ ବାହାରେ ରକ୍ତ ଛିଟା ପଡିଥିବା ମଧ୍ୟ ଦେଖିବାକୁ ମିଳିଥିଲା ।ସାଇଣ୍ଟିଫିକ୍ ଟିମ ପହଁଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି । ହତ୍ୟାକାଣ୍ଡ ଘଟିବା ପରେ ଅପରାଧୀ ଫେରାର ହୋଇଯାଇଥିବା ଜଣାପଡିଛି । ଏନେଇ ସିସିଟିଭି କ୍ୟାମେରା ଯାଞ୍ଚ୍ ଚାଲିଛି । ପର୍ଯ୍ୟଟକଙ୍କ ହତ୍ୟା କାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ଛାନଭିନ୍ ଆରମ୍ଭ କରିଛି ।

ସୂଚନାଅନୁସାରେ ହୋଟେଲ ରୁମ ଭିତରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡିଥିବା ହୋଟେଲ କର୍ତ୍ତୁପକ୍ଷ ଦେଖିଥିଲେ ।ଏନେଇ ପୋଲିସଙ୍କୁ ଖବର ଦେଇଥିଲେ ହୋଟେଲ କର୍ତ୍ତୁପକ୍ଷ । ପୋଲିସ ଆସି ମୃତ ଦେହ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.