Latest Odisha News

BREAKING NEWS

ନୂଆପଡାରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ଆରମ୍ଭ : ବିମାନରେ ପହଁଞ୍ଚିଲେ ୭ଜଣ ଡାକ୍ତର

ନୂଆପଡା : ନୂଆପଡାରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ । ଆଜିଠାରୁ ବାୟୁସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏନେଇ ୭ ଜଣ ସ୍ପେଶାଲିଷ୍ଟ ଡାକ୍ତର ନୂଆପଡା ଡାକ୍ତରଖାନାରେ ପହଁଞ୍ଚିଛନ୍ତି । ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଡାକ୍ତରମାନେ ଆଜି ସକାଳ ୯ ଟା ସମୟରେ ନୂଆପଡାରେ ପହଁଞ୍ଚିଛନ୍ତି ।

ଟିମରେ କାର୍ଡିଓଲୋଜ ଡାକ୍ତର ଜୀପକ ରଞ୍ଜନ ଦାସ ,ଆନାସ୍ଥସିଆଲୋଜି ଡାକ୍ତର ଦେବାଶିଷ ସ୍ୱାଇଁ , ନ୍ୟୁରୋଲୋଜି ବିଭାଗର ଡାକ୍ତର କାଳିପ୍ରସନ୍ନ ସ୍ୱାଇଁ , ଗ୍ୟଷ୍ଟ୍ରୋଲୋଜି ବିଭାଗର ଡାକ୍ତର ପ୍ରଶାନ୍ତ କୁମାର ପରିଡା , ନଫ୍ରୋଲୋଜି ବିଭାଗର ଡାକ୍ତର ଶରତ ପରିଡା ପ୍ରମୁଖ ଆଜି ନୂଆପଡାରେ ପହଁଞ୍ଚିଛନ୍ତି ।

ଡାକ୍ତରମାନେ ନୂଆପଡାରେ ପହଁଞ୍ଚିବା ପରେ ସେମାନଙ୍କୁ ସ୍ୱାଗତ କରାଯାଇଥିଲା । ଦୁଇଦିନ ପାଇଁ ନୂଆପଡା ଗସ୍ତରେ ଯାଇଛନ୍ତି ଡାକ୍ତରମାନେ ।ସେଠାରେ ଡାକ୍ତରମାନେ ରୋଗୀଙ୍କୁ ଚିକିତ୍ସା କରିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟରେ ଆଦିବାସୀ ବହୁଳ ଜିଲ୍ଲାରେ ଉନ୍ନତ ମାନର ଚିକିତ୍ସା ପାଇଁ ଗତବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଚ୍ଚନାୟକ ବାୟୁ ସ୍ୱାସ୍ଥ୍ୟସେବା ଯୋଜନାର ଶୁଭାରମ୍ଭ କରିଥିଲେ ।ଏସିବିର ମେଡିକାଲର ୫ ଜଣ ଡାକ୍ତରଙ୍କୁ ନେଇ ବିମାନ ପ୍ରଥମେ ଉଡାଣ କରିଥିଲା ।

Leave A Reply

Your email address will not be published.