ନୂଆଦିଲ୍ଲୀ: ଭାରତୀୟ ରୋଷେଇରେ ପୁରାତନ କାଳରୁ ହଳଦୀର ବ୍ୟବହାର କରାଯାଉଛି। ଏହା କେବଳ ଖାଦ୍ୟରେ ନୁହେଁ ପାରମ୍ପାରିକ ଔଷଧରେ ମଧ୍ୟ ବ୍ୟବହୃତ ହୁଏ। ତେବେ ହଳଦୀରେ ଥିବା କର୍କୁମିନକୁ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍ଫ୍ଲାମେଟୋରୀ ଉପାଦାନ ପାଇଁ ଜଣାଯାଇଥାଏ। ବର୍ତ୍ତମାନ ଏକ ଗବେଷଣାରୁ ଜଣାପଡିଛି ଯେ ଭାରତର କେତେକ ସ୍ଥାନରେ ହଳଦୀର ଗୁଣ ଖରାପ ରହିଛି।
‘ସାଇନ୍ସ ଅଫ୍ ଦ ଟୋଟାଲ ଏନଭରମେଣ୍ଟ’ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ଭାରତର ପାଟନା ଏବଂ ପାକିସ୍ତାନର କରାଚି ଏବଂ ପେଶୱାରରେ ଉପଲବ୍ଧ ହଳଦୀରେ ବିପଜ୍ଜନକ ସୀସା ଥିବା ଜଣାପଡିଛି। ଯାହାକି ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ (FSSAI) ହିସାବରେ ଏହା ୧୦ ମାଇକ୍ରୋଗ୍ରାମ୍ / ଗ୍ରାମ ଧାର୍ଯ୍ୟ ପରିମାଣ ଠାରୁ ୨୦୦ ଗୁଣ ଅଧିକ ଅଟେ। ଗୌହାଟି ଏବଂ ଚେନ୍ନାଇରେ ହଳଦୀଗୁଣ୍ଡ ର ନମୁନାରେ ଅଧିକ ପରିମାଣରେ ସୀସା ମିଳିଛି। ଲକ୍ଷ୍ନୌ ଏବଂ ଇନ୍ଦୋରରୁ ମିଳିଥିବା ହଳଦୀ ନମୁନାର ମୂଲ୍ୟାଙ୍କନରେ ସୀସା ମିଳି ନ ଥିଲା । ତଥାପି ଏସବୁ ନମୁନାର ଅଧିକ ଗବେଷଣାର ଆବଶ୍ୟକତା ରହିଛି।
ଏଥିରେ ‘ଲିଡ କ୍ରୋମାଟ୍’ ନାମକ ନମୁନା ମିଳିଛି। ଯାହାକି ପେଣ୍ଟ, ପ୍ଲାଷ୍ଟିକ୍, ରବର ଏବଂ ସେରାମିକ୍ ତିଆରିରେ ବ୍ୟବହୃତ ହୁଏ।
ତେବେ ଲିଡର ଅତ୍ୟଧିକ ବ୍ୟବହାର ମସ୍ତିଷ୍କ, ହୃଦୟ ଏବଂ କିଡନୀ ଉପରେ ଗୁରୁତର ପ୍ରଭାବ ପକାଇଥାଏ। ସେହିପରି ଏହା ମସ୍ତିଷ୍କ ଉପରେ ପ୍ରଭାବ ପକାଇବା ବ୍ୟତୀତ ହୃଦଘାତ, କିଡନୀ ଫେଲ ଏବଂ ଷ୍ଟ୍ରୋକ ର ଆଶଙ୍କା ମଧ୍ୟ ବଢାଇଥାଏ।
Comments are closed.