Latest Odisha News

ସଦର୍ଣ୍ଣ ସୁପରଷ୍ଟାର୍ସକୁ ହରାଇଲା ଟୋୟାମ ହାଇଦ୍ରାବାଦ

ଚଳିତ ଲିଜେଣ୍ଡସ ଲିଗ କ୍ରିକେଟରେ ଟୋୟାମ ହାଇଦ୍ରାବାଦ ଆଉ ଏକ ରୋମାଂଚକ ମୁକାବିଲାରେ ବିଜୟ ହାସଲ କରିଛି । ବୁଧବାର ଅନୁଷ୍ଠିତ ମ୍ୟାଚରେ ଟୋୟାମ ହାଇଦ୍ରାବାଦ ୫ ୱିକେଟରେ ସଦର୍ଣ୍ଣ ସୁପରଷ୍ଟାର୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ସଦର୍ଣ୍ଣ ସୁପରଷ୍ଟାର୍ସ ଟିମ ୨୦ ଓଭରରେ ୫ ୱିକେଟ ହରାଇ ୧୫୩ ରନ କରିଥିଲା । ଶ୍ରୀବତ୍ସ ଗୋସ୍ୱାମୀ ୩୭, ଚିରାଗ ଗାନ୍ଧୀ ୩୩ ଓ ମାର୍ଟିନ ଗୁପଟିଲ ୨୩ ରନ କରିଥିଲେ । ଅବଦୁର ରଜାକ ୨ଟି ଏବଂ ପୱନ ନେଗୀ ଓ କେଦାର ଯାଦବ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

ଜବାବରେ ହାଇଦ୍ରାବାଦ ଟିମ ୧୮.୨ ଓଭରରେ ୫ ୱିକେଟ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ରବି ଜାଙ୍ଗିଦ ୪୨, ଗୁରକୀରଟ ସିଂ ୩୨ ଓ ଜର୍ଜ ୱାକର ୧୯ ରନ କରିଥିଲେ । ସଦର୍ଣ୍ଣ ସୁପରଷ୍ଟାର୍ସ ପକ୍ଷରୁ ସୁଦୀପ ତ୍ୟାଗୀ ୨ଟି ଏବଂ ଶିବକାନ୍ତ ଶୁକ୍ଲା ଓ ରବି ଜାଙ୍ଗିଦ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ । ରବିଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ଘୋଷିତ କରାଯାଇଥିଲା । ଟୋୟାମ ହାଇଦ୍ରାବାଦ ୭ ମ୍ୟାଚରୁ ୭ ପଂଏଟ ହାସଲ କରି ପଂଏଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି ।

Leave A Reply

Your email address will not be published.