Latest Odisha News

BREAKING NEWS

ବାଲୁକା କଳାରେ ଦୁର୍ଗା ପୂଜା ଶୁଭେଛା

ପୁରୀ: ପବିତ୍ର ଦୂର୍ଗାପୂଜା ଅବସରରେ ବାଲୁକା ଚିତ୍ର କଳା ମାଧ୍ୟମରେ ସାରା ଦେଶବାସୀଙ୍କୁ ଶୁଭେଛା ଦେଇଛନ୍ତି ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।

ପୁରୀ ବିଚ୍ ର ନୀଳାଦ୍ରି ବେଳାଭୂମିରେ ସେ ଏହି ବାଲୁକା ଚିତ୍ର କଳା ନିର୍ମାଣ କରିଛନ୍ତି। ଯାହାକି ବେଶ୍ ଆକର୍ଷଣୀୟ ହୋଇଛି। ମା’ ଦୁର୍ଗାଙ୍କ ପ୍ରତିକୃତି ଏହି ବାଲୁକା ଚିତ୍ର କଳାରେ ସ୍ଥାନ ଦିଆଯାଇଛି। ମା’ ଦୁର୍ଗାଙ୍କ ପ୍ରତିକୃତିକୁ ବାଲିରେ ନିର୍ମିତ କରାଯାଇଥିବା ବେଳେ ବିଭିନ୍ନ ରଙ୍ଗ ବେରଙ୍ଗର ଫୁଲ ଓ ଫଳକୁ ସୁନ୍ଦର ଭାବରେ ସଜାଯାଇଛି। ଯାହାକି ବାଲୁକା ଚିତ୍ର କଳାକୁ ବହୁତ୍ ଆକର୍ଷଣୀୟ କରିଛି।

ତେବେ ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି, ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦୂର୍ଗାପୂଜାରେ ଆମେ ବାଲୁକା ଚିତ୍ର କଳା କରିଛୁ। ବିଶ୍ଵ ଶାନ୍ତି ପାଇଁ ଏହି ବାଲୁକା ଚିତ୍ର କଳାରେ ବାର୍ତ୍ତା ଦିଆଯାଇଛି। ସମସ୍ତଙ୍କୁ ସୁଖ, ସମୃଦ୍ଧି ପ୍ରଦାନ କରନ୍ତୁ ବୋଲି ଆମେ ମା’ ଦୁର୍ଗାଙ୍କ ନିକଟରେ ପ୍ରାର୍ଥନା କରୁଛୁ। 6 ଫୁଟ୍ ଉଚ୍ଚତାର ଏହି ବାଲୁକା ଚିତ୍ର କଳା ନିର୍ମାଣ କରିଛୁ।

Comments are closed.