Latest Odisha News

BREAKING NEWS

ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟ ଗିରଫ

ବରଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବରଗଡ଼ ଜିଲ୍ଲା ଗସ୍ତ ପୂର୍ବରୁ ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟ ଗିରଫ । ତାଙ୍କୁ ଭଟଲି ଘରୁ ଗିରଫ କରିଛି ପୋଲିସ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ବିରୋଧ ପ୍ରଦର୍ଶନ କରିବା ଆଶଙ୍କା ଥିବାରୁ ତାଙ୍କୁ ଆଗୁଆ ଗିରଫ କରିଛି ବରଗଡ଼ ପୋଲିସ । ଆଜି ବରଗଡ଼ ଜିଲ୍ଲା ଗସ୍ତରେ ଯାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।

ବିଜେପି କୃଷକ ମୋର୍ଚ୍ଚା ସଭାପତିଙ୍କ ସମେତ ୧୨ କର୍ମୀ ଓ ଜିଲ୍ଲା କଂଗ୍ରେସ ସଭାପତିଙ୍କ ସମେତ ୫ ଜଣ କର୍ମୀଙ୍କୁ ପୋଲିସ ରାତିରେ ଉଠାଇ ନେଇଥିବା ସୂଚନା ମିଳିଛି । ବିଜେପି ଓ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବା ନେଇ ଚେତାବନୀ ପରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଯାଇଛି । ବରଗଡ଼ରେ ୧୮ ପ୍ଲାଟୁନ ଫୋର୍ସ ମୁତୟନ ରହିଛନ୍ତି । ଆଇନଶୃଙ୍ଖଳା ସ୍ଥିତି ଉପରେ ନଜର ରଖିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ ।

Leave A Reply

Your email address will not be published.