ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ଅନ୍ତର୍ଗତ ହାତୀଓଟ ପ୍ରାଇମେରୀ ସବଷ୍ଟେସନ ଓ ବେଲଗାଁ ପ୍ରାଇମେରୀ ସବଷ୍ଟେସନ ମଧ୍ୟରେ ଏକ ନୂତନ ୩୩ କେଭି ଲାଇନ ପ୍ରତିଷ୍ଠା ହୋଇଛି । ୭.୫୬୫ କିଲୋମିଟର ପରିବ୍ୟାପ୍ତ ଏହି ନୂତନ ଲାଇନ ୩୪ ହଜାରରୁ ଅଧିକ ଉପଭୋକ୍ତାଙ୍କୁ ଗୁଣାତ୍ମକ ବିଜୁଳି ସେବା ଯୋଗାଇ ଦେବ । ତେବେ ନୂତନ ଲାଇନ ପ୍ରତିଷ୍ଠା ହେବା ଦ୍ୱାରା ପୂର୍ବରୁ ସଂପୃକ୍ତ ଅଞ୍ଚଳରେ ଥିବା ବିଜୁଳିଜନିତ ସମସ୍ୟା ଦୂର ହୋଇଛି । ହାତୀଓଟ ଓ ବେଲଗାଁର ୩୩ କେଭି ଲାଇନକୁ ଅନେକ କୃଷି କ୍ଷେତ୍ର ଓ ଜଙ୍ଗଲ ଦେଇ ନେବାକୁ ପଡ଼ିଥିଲା, ଯାହା ଅତ୍ୟନ୍ତ କଷ୍ଟସାଧ୍ୟ ଥିଲା । ସମସ୍ତ ପ୍ରତିବନ୍ଧକ ସତ୍ତ୍ୱେ, ଗୁଣାତ୍ମକ ବିଜୁଳି ସୁନିଶ୍ଚିତ କରିବା ନିମନ୍ତେ କମ୍ପାନୀ ଏହାକୁ ସଫଳତାପୂର୍ବକ କାର୍ଯ୍ୟକ୍ଷମ କରାଇଛି ।
ନୂଆ ୩୩ କେଭି ଲାଇନ ପ୍ରତିଷ୍ଠା ହେବା ଦ୍ୱାରା ସମଗ୍ର ଅଞ୍ଚଳକୁ ଗୁଣାତ୍ମକ ବିଜୁଳି ସେବା ସହଜରେ ମିଳିପାରୁଛି । ଏପରକି, ଆଖପାଖ ଅଞ୍ଚଳର କୌଣସି ପ୍ରାଇମେରୀ ସବଷ୍ଟେସନରେ ବିଜୁଳି ସେବା ପ୍ରଭାବିତ ହେଲେ, ଏହି ଲିଙ୍କ୍ ଲାଇନ ଯୋଗେ ବିଜୁଳି ସେବା ସୁନିଶ୍ଚିତ କରାଯାଇପାରିବ । ଡାଉନଟାଇମ୍ ହ୍ରାସ ଦିଗରେ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ପୂର୍ବରୁ ହାତୀଓଟ ପ୍ରାଇମେରୀ ସବଷ୍ଟେସନ ଓ ବେଲଗାଁ ସବଷ୍ଟେସନ ମଧ୍ୟରେ ସିଧାସଳଖ ସଂଯୋଗ ନଥିବାରୁ କିଛି କ୍ଷେତ୍ରରେ ବିଜୁଳିଜନିତ ସମସ୍ୟା ରହୁଥିଲା, ଯାହାର ପ୍ରଭାବ ପାଖାପାଖି ଅଞ୍ଚଳକୁ ମଧ୍ୟ ପଡ଼ୁଥିଲା । ଏବେ ନୂଆ ଲାଇନ ପ୍ରତିଷ୍ଠା ହେବା ଫଳରେ ଉପଭୋକ୍ତାମାନଙ୍କୁ ନିର୍ଭରଯୋଗ୍ୟ ବିଜୁଳି ସେବା ମିଳୁଛି ।
Comments are closed.