ନୂଆଦିଲ୍ଲୀ: କରୋନା ଯୋଗୁ ଗଣେଶ ପୂଜା ପାଳନ ଉପରେ କଟକଣା ଲଗା ଯାଇଥିଲେ ମଧ୍ୟ ଭାରତର ବୟକଟ ଚୀନ ନୀତି ଯୋଗୁ ଏଥର ଡ୍ରାଗନର ୪୦ ହଜାର କୋଟି ବ୍ୟବସାୟ ଉପରେ ଅଙ୍କୁଶ ଲାଗିବ । କନଫେଡେରେଶନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ପକ୍ଷରୁ ଚୀନ ସାମଗ୍ରୀ ବହିଷ୍କାର ନିର୍ଦ୍ଦେଶନାମା ଜାରି କରାଯାଇଛି ।
ଭାରତୀୟ ସାମାନ ହମରା ଅଭିମାନ ଅଭିଯାନ ଯୋଗୁ ବ୍ୟବସାୟୀ ମାନେ ଦେଶୀ ସାମଗ୍ରୀ ଉପରେ ଜୋର ଦେଇଛନ୍ତି । କ୍ୟାଟର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିସି ଭରତିଆ କହିଛନ୍ତି ଏଥର ମାଟିର ମୂର୍ତି ଓ ପରିବେଶ ଉପଯୋଗୀ ପୂଜା ସମାଗ୍ରୀ ବିକ୍ରି ହେବ । ଏହି ଉଦ୍ୟମ ନିଶ୍ଚିତ ଭାବେ ଚୀନକୁ ଝଟକା ଦେବ ବୋଲି ସେ କହିଛନ୍ତି ।
Comments are closed.