Latest Odisha News

BREAKING NEWS

ଜମ୍ମୁ କଶ୍ମୀରରେ ଆତଙ୍କୀ ହମଲା, ଗୁଳି ବିନିମୟରେ ତିନି ଜଣ ସହିଦ

ଜମ୍ମୁ କଶ୍ମୀର ବାରମୂଳା ଜିଲ୍ଲାରେ ଆତଙ୍କବାଦୀ ହମଲା । ଦୁଇ ଜଣ ସିଆରପିଏଫ୍ ଓ ଜଣେ ପୋଲିସ ସହିଦ ହୋଇଛନ୍ତି । ସେମାନା ଭିତରେ ଅଛନ୍ତି ସିଆରପିଏଫ୍ ୧୧୯ ବାଟାଲିୟନର ଦୁଇ ଯବାନ ଓ ଜମ୍ମୁ କଶ୍ମୀର ପୋଲିସର ଜଣେ ଅଧିକାରୀ ।

ବାରମୂଳା ଜିଲ୍ଲାର କ୍ରେଇରି ଅଞ୍ଚଳରେ ସିଆରପିଏଫ୍ ପାର୍ଟି ଉପରେ ଅଚାନକ ଆକ୍ରମଣ କରିଥିଲେ ଆତଙ୍କବାଦୀ । ତାପରେ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି । ପୂରା ଅଞ୍ଚଳକୁ ନାକାବନ୍ଦୀ କରାଯାଇଛି । ଜାରି ରହିଛି ସର୍ଚ୍ଚ ଅପରେସନ୍ ।

ଆଜି ସକାଳୁ ସକାଳୁ ବାରମୂଳା ଜିଲ୍ଲାର କ୍ରେଇରି ଅଞ୍ଚଳରେ ସିଆରପିଏଫ୍ ଓ ପୋଲିସ ଟିମ୍ ଉପରେ ଆତଙ୍କବାହୀ ହମଲା କରିଥିଲେ । ଆଖିବୁଜା ଗୁଳି ଚାଳନା କରିଥିଲେ । ସୁରକ୍ଷାବାହିନୀର ପାଲଟା ଆକ୍ରମଣରେ ଛତ୍ରଭଙ୍ଗ ଦେଇଥିଲେ ଆତଙ୍କବାଦୀ ।

Leave A Reply

Your email address will not be published.