Latest Odisha News

BREAKING NEWS

୨୪ ଘଣ୍ଟାରେ ରାଜ୍ୟରୁ ୨୨୪୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ୬୨ ହଜାର ଟପିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ବାହାରିଛି ୨୨ ଶହ ୪୪ ପଜିଟିଭ୍ କେସ୍ । କ୍ୱାରେଣ୍ଟାଇନରୁ ୧୩ ଶହ ୯୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୮୫୪ । ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୬୨ ହଜାର ୨୯୪କୁ ବୃଦ୍ଧି ପାଇଛି ।

ରାଜ୍ୟରେ କରୋନା ସଂକ୍ରମିତ ଜିଲ୍ଲା ତାଲିକାର ପ୍ରଥମ ସ୍ଥାନରେ ରହିଛି ଖୋର୍ଦ୍ଧା । ଗତ ୨୪ ଘଣ୍ଟାରେ ସର୍ବାଧିକ ୩୧୧ ନୂଆ ଆକ୍ରାନ୍ତ । ଗତକାଲି ଅପେକ୍ଷା ପଜିଟିଭ୍ କେସ୍ କମିଛି । ଗଞ୍ଜାମରୁ ୨୪୩ ଜଣ ଭୂତାଣୁ ସଂକ୍ରମିତ ହୋଇଥିବା ବେଳେ କଟକରୁ ୧୯୪ ନୂଆ ଆକ୍ରାନ୍ତ ବାହାରିଛନ୍ତି ।

୮ଟି ଜିଲ୍ଲା ଖୋର୍ଦ୍ଧା, ଗଞ୍ଜାମ, କଟକ, ବାଲେଶ୍ୱର, ଭଦ୍ରକ, କନ୍ଧମାଳ, ରାୟଗଡ଼ା ଓ ସୁନ୍ଦରଗଡ଼ରୁ ଶହେରୁ ଅଧିକ ଲେଖାଏଁ ନୂଆ ଆକ୍ରାନ୍ତ ବାହାରିଛନ୍ତି । ସେହିପରି ୬ଟି ଜିଲ୍ଲା ପୁରୀ, ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ, କଳାହାଣ୍ଡି, ଯାଜପୁରରେ ଗୋଟିଏ ଦିନରେ ୫୦ରୁ ଶହେ ଭିତରେ ବାହାରିଛି ପଜିଟିଭ୍ କେସ୍ ।

ବର୍ତ୍ତମାନ ରାଜ୍ୟରେ ୧୯ ହଜାର ୬୧୨ଟି ଆକ୍ଟିଭ୍ କେସ୍ ରହିଛି । ଗତ ୨୪ ଘଣ୍ଟାରେ ୫୦ ହଜାରରୁ ଅଧିକ କୋଭିଡ୍ ଟେଷ୍ଟ କରାଯାଇଥିଲା । ୨୯ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.